scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୌସୁମୀ ଫେରିବା ସମୟ ହେଲାଣି, ତଥାପି ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

25/09/2023 at 9:03 AM

ଭୁବନେଶ୍ୱର ୨୫।୦୯ : ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ତିନି ଜିଲ୍ଲାରେ ମାତ୍ରାଧିକ ବର୍ଷା ହୋଇଛି । ଢେଙ୍କାନାଳ, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇଛି । ମୌସୁମୀ ଫେରିବା ସମୟ ବି ଆସିଲାଣି । କିନ୍ତୁ କଳାହାଣ୍ଡି, ନବରଙ୍ଗପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ନିଅଣ୍ଟିଆ ସ୍ଥିତି ଭିତରୁ ବାହାରି ପାରୁନାହାନ୍ତି । ଏହି ତିନି ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି ।

ଜୁନ୍‌ ୧ ରୁ ସେପ୍ଟେମ୍ବର ୨୪ ଭିତରେ ରାଜ୍ୟରେ ୧୦୮୪ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୧୧୨୦ମିମି ବର୍ଷା ହେବା କଥା । କିନ୍ତୁ ସ୍ୱାଭାବିକ ତୁଳନାରେ ସାମାନ୍ୟ କମ୍‌ ବର୍ଷା ହୋଇଛି । ୨୫ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ଥିବାବେଳେ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଉ ୩ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି ।

ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ୨୯ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଜଗତ୍‌ସିଂହପୁରର ନୂଆଗାଁରେ ୪୯ମିମି, ସୁନ୍ଦରଗଡ଼ ବାଲିଶଙ୍କରାରେ ୪୦.୨, ମାଲକାନଗିରି ପଦିଆରେ ୩୬.୩, ଢେଙ୍କାନାଳରେ ୨୯, ନରସିଂହପୁରରେ ୨୫, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୫ମିମି ଓ ସୁନ୍ଦରଗଡ଼ରେ ୨୩.୮ମିମି ବର୍ଷା ହୋଇଛି ।

ଆହୁରି ପଢନ୍ତୁ :

   Related Posts