ରାଜ୍ୟ ଶିକ୍ଷା ମନ୍ତ୍ରୀ: ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରି ପରୀକ୍ଷା
14/03/2023 at 7:21 PM

ଭୁବନେଶ୍ୱର ୧୪/୦୩: ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀମାନେ ଏବେ ସପ୍ଲିମେଣ୍ଟାରି ପରୀକ୍ଷା ଦେଇପାରିବେ। ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମିର ଦାସ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଚଳିତ ବର୍ଷ ମାଟ୍ରିକରେ ୧୩ହଜାର ୫୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପରୀକ୍ଷା ଦେଇନାହାନ୍ତି। ସେହିପରି ପୂର୍ବ ଶିକ୍ଷାବର୍ଷ ୨୦୨୧-୨୨ରେ ୪୫ ହଜାର ଛାତ୍ରଛାତ୍ରୀ ଦେଇ ନଥିଲେ।
ସେହିପରି ପୂର୍ବ ବର୍ଷ ଅପେକ୍ଷା ଏଥର ସେହି ହାର କମିଛି। ଯେଉଁମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଧାନ ସଭାରେ ଏପରି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ।