ରାଜଧାନୀରେ ବିଶୃଙ୍ଖଳାକାରୀଙ୍କୁ ଜଗିବ ଡ୍ରୋନ୍, ଖଞ୍ଜା ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା
20/05/2023 at 10:02 AM

ଭୁବନେଶ୍ୱର ୨୦/୦୫: ସ୍ମାର୍ଟସିଟିରେ ସାବାଡ ହେବେ କ୍ରିମିନାଲ୍ । ପାନେ ପାଇବେ ବିଶୃଙ୍ଖଳାକାରୀ । ରାଜଧାନୀରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।
ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ଏହି ଡ୍ରୋନ ୫ କିଲୋମିଟର ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ସହିତ ଜିପିଏସ ଖଞ୍ଜା ଯାଇଛି । ଯେଉଁଥିରେ ଅତି ସହଜରେ ଅପରାଧ ରୋକିହେବ ବୋଲି ଆଶା ରଖିଛି ପୋଲିସ । କାରଣ ଅନେକ ସମୟରେ ରାଜଧାନୀର ଲୋୟର୍ ପିଏମଜିରେ ବଡ ବଡ଼ ଆନ୍ଦୋଳନ ସମୟରେ ଅନେକ ଅପରାଧି ଅପରାଧ ଘଟାଇ ଖସିଯାଇଥାନ୍ତି । ତେବେ ଏହି ଡ୍ରୋନ୍ ସାହାଯ୍ୟରେ ଅପରାଧିଙ୍କୁ ଚିହ୍ନଟ କରିବାରେ ସହଯୋଗ ହେବ ।