ଡ୍ରୋନ୍ ଉଡ଼ାଇବା ଉପରେ କଟକଣା ହେଲା କୋହଳ : ସରକାର ଜାରି କଲେ ନୂଆ ନିୟମ
28/08/2018 at 5:03 AM

ନୂଆଦିଲ୍ଲୀ ୨୮/୮: ଡିସେମ୍ବର ମାସରୁ ଡ୍ରୋନ ଉଡ଼ାଇବା ପାଇଁ ଥିବା କଟକଣା କୋହଳ ହେବ । ଏଥିପାଇଁ ଅନୁମତି ଦେବା କ୍ଷେତ୍ରରେ ନୂଆ ନିୟମ କେନ୍ଦ୍ର ସରକାର ପ୍ରଚଳନ କରିଛନ୍ତି । ସେହିଭଳି ଅନୁମତି ପ୍ରଦାନ ପାଇଁ ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରାଯାଇଛି । । ଡିଜିଟାଲ ସ୍କାଏ ପ୍ଲାଟଫର୍ମ ନାମକ ମୋବାଇଲ ଆପ୍ ଜରିଆରେ ଅନୁମତି ହାସଲ କରିହେବ । ଏହି ମୋବାଇଲ ଆପ୍ କୁ ଯାଇ ଆବେଦନକାରୀ ନିଜ ଡ୍ରୋନ୍,ପାଇଲଟ ଏବଂ ମାଲିକଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରି ଥରେ ମାତ୍ର ପଞ୍ଜୀକରଣ କରାଇବାକୁ ପଡ଼ିବ। ଏହାପରେ ପରବର୍ତ୍ତି କୌଣସି ଉଡ଼ାଣ ନିମନ୍ତେ ଅନୁମତି ଆବଶ୍ୟକ ନାହିଁ ।
କେନ୍ଦ୍ର ସରକାରଙ୍କ ନୂତନ ନିୟମ ମୁତାବକ କୃଷି,ସ୍ବାସ୍ଥ୍ୟ,ନିଜ ସୁରକ୍ଷା କ୍ଷେତ୍ରରେ ଡ୍ରୋନର ବାଣିଜିକ ବ୍ୟବହାର ଆଗାମୀ ଡିସେମ୍ବର ୧ତାରିଖରୁ ଲାଗୁ ହେବ କିନ୍ତୁ ଖାଦ୍ୟ ସାମଗ୍ରୀ ସହିତ ଅନ୍ୟ ବସ୍ତୁ କ୍ଷେତ୍ରରେର ଅନୁମତି ବର୍ତ୍ତମାନ ଦିଆଯାଇନାହିଁ। ନିୟମ ଅନୁସାରେ ଡ୍ରୋନ କେବଳ ଦିନରେ ଉଡିପାରିବ । ନାନୋ ଡ୍ରୋନ୍ ଏବଂ ଏନଟିଆରଓ ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ଡ୍ରୋନ୍ ଛଡ଼ା ଅନ୍ୟ ଡ୍ରୋନଗୁଡ଼ିକର ପଞ୍ଜୀକରଣ କରାଯିବ ଏବଂ ସେମାନଙ୍କ ସ୍ବତନ୍ତ୍ର ପରିଚୟ ସଂଖ୍ୟା ଜାରି କରାଯିବ।
ନୂତନ ନିୟମ ମୁତାବକ ଡ୍ରୋନକୁ ବିମାନ ବନ୍ଦର , ଆନ୍ତଃରାଷ୍ଟ୍ରୀୟ ସୀମା, ରାଜ୍ୟ ସଚ୍ଚିବାଳୟ ପରିସର ସାମରିକ ପ୍ରଶିକ୍ଷଣ କେନ୍ଦ୍ର ,ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଏବଂ ଦିଲ୍ଲୀ ବିଜୟ ଚୈାକ୍ର ନିକଟବର୍ତ୍ତୀ ଅଞ୍ଚଳରେ ଉଡାଇବାର ଅନୁମତି ଦିଆଯାଇନାହିଁ ।