ଭାରତ ମହାସାଗରରେ ଇସ୍ରାଏଲୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ବିସ୍ଫୋରଣ ପରେ ଲାଗିଲା ନିଆଁ

Published By : Prameya-News7 Bureau | December 23, 2023 IST

ନୂଆଦିଲ୍ଲୀ: ଭାରତୀୟ ଉପକୂଳ ନିକଟରେ ହିନ୍ଦ ମହାସାଗରରେ ଲାଆଇବେରିଆ ପତାକା ଥିବା ମାର୍ଚେଣ୍ଟ ଶିପ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଭାରତ ମହାସାଗରରେ ଏକ ବାଣିଜ୍ୟିକ ଜାହାଜରେ ବିସ୍ଫୋରଣ ଓ ନିଆଁ ଲାଗିବା ଖବର ସାମନାକୁ ଆସିଛି । ଏକ ସାମୁଦ୍ରିକ ଏଜେନ୍ସି ସୂଚନା ଦେଇଛି ଯେ ଡ୍ରୋନ୍ ଆକ୍ରମଣ କାରଣରୁ ଜାହାଜରେ ବିସ୍ଫୋରଣ ହୋଇଛି ।

ଖବର ଅନୁସାରେ ଏହି ଆକ୍ରମଣରେ ଜାହାଜରେ ଉପସ୍ଥିତ ଚାଳକ ଦଳର କୌଣସି ସଦସ୍ୟ ଆହତ ହୋଇନାହାନ୍ତି । ଅନ୍ୟପଟେ ଜାହାଜଟି ନିଜ ଗନ୍ତବ୍ୟସ୍ଥଳ ଆଡ଼କୁ ବଢୁଛି । ଏହି ଆକ୍ରମଣ ପରେ ଜାହାଜର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣ ପଛରେ ୟମନର ହୁତି ବିଦ୍ରୋହୀଙ୍କ ହାତ ଥିବା ସନ୍ଦେଶ କରାଯାଉଛି ।

ରିପୋର୍ଟ ଅନୁସାରେ ଗୁଜରାଟ ଉପକୂଳରୁ ୨୦୦ ନଟିକଲ ମାଇଲ୍ ଦୂରରେ ଏହି ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଜାହାଜର ସମ୍ପର୍କ ଇସ୍ରାଏଲ୍ ସହ ଥିହବା ବେଳେ ଏହା ଭାରତ ଆସୁଥିଲା । ପୂର୍ବରୁ ହୁତି ବିଦ୍ରୋହୀ ଘୋଷଣା କରିଥିଲେ ଯେ ଇସ୍ରାଏଲ ସହ ଜଡ଼ିତ ଯେକୌଣସି ଜାହାଜକୁ ଟାର୍ଗେଟ୍ କରିବେ । ଏବେ ଭାରତୀୟ ଉପକୂଳରେ ଡ୍ରୋନ୍ ଆକ୍ରମଣ ପରେ ହୁତିଙ୍କ ଉପରେ ସନ୍ଦେହ କରାଯାଉଛି ।

ପଢନ୍ତୁ: ଲିବ୍ୟା ସମୁଦ୍ରରେ ଭୀଷଣ ଦୁର୍ଘଟଣା; ବୁଡ଼ିଗଲା ଯାତ୍ରୀବାହୀ ଜାହାଜ, ୬୧ ମୃତ୍ୟୁ ଆଶଙ୍କା

ଉଲ୍ଲେଖଯୋଗ୍ୟ ଯେ ୟମନର ହୁତି ବିଦ୍ରୋହୀଙ୍କୁ ଆକ୍ରମଣକୁ ନଜରରେ ରଖି ଭାରତ ସମୁଦ୍ରରେ ଦୁଇଟି ମାସାଇଲ ଭର୍ତ୍ତି ଥିବା ଡେଷ୍ଟ୍ରୟକର ମୁତୟନ କରିଥିଲା । ଏହି ପୂରା ଅଞ୍ଚଲରେ ଭାରତୀୟ ଜାହାଜଙ୍କ ସୁରକ୍ଷା ପାଇଁ ଭାରତ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ ହୁତିଙ୍କ ଦ୍ୱାରା ବଢୁଥିବା ଆକ୍ରମଣର ମୁକାବିଲା ପାଇଁ ଆମେରିକା, ୨୦ ଦେଶ ସହ ମିଶି ମାରିଟାଇନ ଫୋର୍ସ ଗଠନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.