ସୀମାରେ ସନ୍ଦିଗ୍ଧ ଡ୍ରୋନ ଦେଖାଯିବା ପରେ ଆକ୍ସନରେ ସୁରକ୍ଷାକର୍ମୀ, ଅନେକ ଗାଁରେ ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | September 18, 2022 IST

କାଶ୍ମୀର: ଜାମ୍ମୁ କାଶ୍ମୀରର ସାମ୍ୱା ଜିଲ୍ଲାରେ ଏକ ସନ୍ଦିଗ୍ଧ ଡ୍ରୋନ ଦେଖାଯିବା ପରେ ସୁରକ୍ଷାକର୍ମୀ ଆକ୍ସନକୁ ଆସିଛନ୍ତି । ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ଅନ୍ତରାଷ୍ଟ୍ରୀୟ ସୀମାର ବହୁ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଯେଉଁ ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ ଦେଖିବାକୁ ମିଳିଥିଲା ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ବ୍ୟାପକ ମୁତୟନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆପତ୍ତିଜନତ ବସ୍ତୁ ମିଳି ନାହିଁ ।

ଶନିବାରଠାରୁ ଆରମ୍ଭ ହୋଇଥିବା ରବିବାର ଯାଏଁ ଚାଲିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଆପତ୍ତିଜନକ ବସ୍ତୁ ମିଳି ନଥିବା ପୋଲିସ ଆଇଜି (ଅପରେସନ) ଗରୁ ରାମ ଭାରଦ୍ୱାଜ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସନ୍ଦିଗ୍ଧ ଡ୍ରୋନ ବାବଦରେ ସୂଚନା ମିଳିଥିଲା ଏବଂ ଏହା ପାକିସ୍ତାନୀ ଡ୍ରୋନ ଥିବା ଅନୁମାନ କରାଯାଉଛି । ଡ୍ରୋନଟି ସାମ୍ୱାର ୧୦ କିଲୋମିଟର ଦକ୍ଷିଣରେ ରୀଗଲ ଶିବିର ନିକଟ ସାରଥି କଲା, ଡେରା ଏବଂ ମଦୁନ ଗାଁରେ ଉପରେ ପ୍ରାୟ ୫ ମିନିଟ ଧରି ଉଡିଥିଲା।

ଉଲ୍ଲେଖଯୋଗ୍ୟ, ଜାମ୍ମୁ କାଶ୍ମୀରରେ ଅନ୍ତରାଷ୍ଟ୍ରୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପରେ ପାକିସ୍ତାନରେ ଥିବା ଆତଙ୍କୀମାନେ ହତିଆର ଯୋଗାଇବା ପାଇଁ ଡ୍ରୋନର ବ୍ୟବହାର କରୁଛନ୍ତି। ଘାଟିରୁ ଏହିପରି ଅନେକ ଡ୍ରୋନ ଜବତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.