ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ଉଡିଲା ଡ୍ରୋନ, ଆଲର୍ଟରେ SPG ଓ ପୋଲିସ

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ ୦୩/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଉଡିଛି ଅଜଣା ଡ୍ରୋନ୍ । ଫଳରେ ଘଟଣା ଜଣାପଡିବା ପରେ ସବୁଠି ଦେଖିବାକୁ ମିଳିଛି ହଟଚମଟ । ଏମିତିକି ଆଲର୍ଟରେ ପୋଲିସ ପ୍ରଶାସନ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରୋନର ତଲାସି ଆରମ୍ଭ କରିଛନ୍ତି । ଏଯାଏଁ ଯଦିଓ ପୋଲିସକୁ ଏ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନି । ତଥାପି ଆଲର୍ଟରେ ପୋଲିସ ପ୍ରଶାସନ । ଘଟଣାକୁ ଗମ୍ଭୀରତାର ସହ ନେଇ ଆକ୍ସନ ମୋଡକୁ ଆସିଛି ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍(ଏସପିଜି ) ଓ ପୁଲିସ ।

wp:html /wp:html

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ଆବାସ୍ ‘ନୋ ଫ୍ଲାଇଙ୍ଗ ଜୋନ୍’ ଭିତରେ ରହିଛି । ତଥାପି ଏହା ଉପରେ କିଭଳି କୌଣସି ଡ୍ରୋନ୍ ଉଡିଲା ଏବଂ କିଏ ଏହାକୁ ପଠାଇଥିଲା ସେ ନେଇ ଛାନଭିନ୍ ଆରମ୍ଭ କରିଛନ୍ତି ଏସପିଜି ଓ ପୋଲିସ । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଦିଲ୍ଲୀର ଲୁଟିଅନ୍ସ ଜୋନ୍ କଲ୍ୟାଣ ମାର୍ଗରେ ଅବସ୍ଥିତ ୭ ନମ୍ବର ବଙ୍ଗଳା । ଏଠାରେ ୨୦୧୪ରୁ ପ୍ରଧାନମନ୍ତ୍ରୀ ମୋଦୀ ରହିଆସୁଛନ୍ତି । ଏହାର ଔପଚାରିକ ନାଁ ‘ପଞ୍ଚବଟୀ’ । ୫ଟି ବଙ୍ଗଳାକୁ ମିଶାଇ ଏହାକୁ ବନାଯାଇଛି । ଏଠାରେ ରହିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଜୀବ ଗାନ୍ଧୀ । ସେ ୧୯୮୪ରେ ଏହି ଭବନରେ ରହିଥିଲେ ।

You can also read..

wp:embed {"url":"https://www.prameyanews7.com/pm-modi-to-chair-meeting-of-council-of-ministers-on-monday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-to-chair-meeting-of-council-of-ministers-on-monday/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.