ଆଇଆଇଟି ଛାତ୍ରଙ୍କ କମାଲ: ୧୮ ମିନିଟରେ ୩୨କିଲୋମିଟର ଦୂରରୁ ରକ୍ତ ନମୁନା ନେଇ ହସ୍ପିଟାଲରେ ପହଞ୍ଚିଲା ଡ୍ରୋନ

Published By : Prameya-News7 Bureau | June 08, 2019 IST

କାନପୁର ୮।୬ : ଟେଲି ମେଡ଼ିସିନ ସେବା ୫୫୫ର ସଫଳତା ପରେ ଏବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ରକ୍ତ ନମୁନା ଯାଞ୍ଚ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରୟୋଗଶାଳା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଡ୍ରୋନ ସେବା ପ୍ରସ୍ତାବ ରଖାଯାଇଛି । ସିଡ଼ି ସ୍ପେସ କମ୍ପାନୀ ପାଇଲଟ ପ୍ରୋଜେକ୍ଟ ଜରିଆରେ ଗୁରୁବାର ଡ୍ରୋନ ସାହାଯ୍ୟରେ ରକ୍ତ ନମୁନା ପ୍ରେରଣର ଡେମୋ ପ୍ରଦର୍ଶନ କରିଥିଲେ । ଏଥିରେ ପାଖାପାଖି ୩୨ କିଲୋମିଟର ଦୂରରୁ ଡ୍ରୋନ ରକ୍ତ ନମୁନା ନେଇ ୧୮ ମିନିଟରେ ହସ୍ପିଟାଲରେ ପହଞ୍ଚିଥିଲା ।

{"id":120977}

ହସ୍ପିଟାଲ ପହଞ୍ଚି ପାରୁନଥିବା ଦୂରସ୍ଥାନର ରୋଗୀଙ୍କ ପାଇଁ ୫୫୫ ଟେଲି ମେଡ଼ିସିନ ସେବା ଏବେ ବରଦାନ ପ୍ରମାଣିତ ହୋଇଛି । ଠିକ ସେହିଭଳି ରୋଗୀଙ୍କ ସୁବିଧା ପାଇଁ ସିଡ଼ି ସ୍ପେସ ରୋବଟିକ୍ସ କମ୍ପାନୀ ରୋଗୀଙ୍କ ରକ୍ତ ଓ ପରିସ୍ରା ନମୁନା ଆଦି ଯାଞ୍ଚ ପାଇଁ ଡ୍ରୋନ ସାହାଯ୍ୟ ନେବାକୁ  ପାଇଁ ପ୍ରସ୍ତାବ ରଖିଛନ୍ତି । ଯାହାଦ୍ବାରା ଦୂର ସ୍ଥାନରେ ରହୁଥିବା ରୋଗୀଙ୍କୁ ଆଉ ହସ୍ପିଟାଲ ଚକ୍କର କାଟିବାକୁ ପଡ଼ିବନାହିଁ ।

{"id":120979}

ଆଇଆଇଟି କାନପୁରର ଜଣେ ଛାତ୍ର ଗୁରୁବାର ଏହାର ଡେମୋ ଦେଖାଇଛନ୍ତି । ୧୮ ମିନିଟରେ ଡ୍ରୋନ ପାଖାପାଖି ୩୨ କିଲୋମିଟର ଦୂର ଯାଇ ରକ୍ତ ନମୁନା ଆଣି ହସ୍ପିଟାଲରେ ପହଞ୍ଚାଇଥିଲା । ଆଇଆଇଟି କାନପୁରରୁ ସ୍ନାତକ ଡ୍ରୋନ ଟିମ ଲିଡର ନିଖିଲ ଉପାଧ୍ୟାୟ କହିଛନ୍ତି ଯେ, ଏହି ଡ୍ରୋନ ଭାରତରେ ହିଁ ବିକଶିତ କରାଯାଇଛି । ପ୍ରଥମଥର ପାଇଁ ଏହିଭଳି ଡେମୋ କରାଯାଇଛି । ଗୋଟିଏ ଡ୍ରୋନ ପିଛା ୧୦ ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

{"id":120980}

ଏହି ଡ୍ରୋନକୁ ସହଜରେ କେଉଁଠାରୁ ମଧ୍ୟ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡ୍ କରାଯାଇପାରିବ । ଡ୍ରୋନର ପବନ ରେଞ୍ଜ ୫୦ କିମି । ଇଲେକ୍ଟ୍ରିକ ପାୱାର ଦ୍ୱାରା ସଞ୍ଚାଳିତ ଏହି ଡ୍ରୋନ ୪୦୦ ଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇବାରେ ସକ୍ଷମ । ଏହାକୁ ସଂଚାଳନ କରିବା ପାଇଁ ୨ ଜଣଙ୍କ ଆବଶ୍ୟକ ପଡିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.