ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ବଙ୍ଗୀୟ ୟୁଟ୍ୟୁବର କଲେ ଭିଡିଓ ଭାଇରାଲ…
3/12/2022 at 12:02 PM

ପୁରୀ୦୩/୧୨: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ୟୁଟ୍ୟୁବରେ ଭାଇରାଲ ହେଲା ଡ୍ରୋନରେ ନିଆଯାଇଥିବା ଶ୍ରୀମନ୍ଦିର ଭିଡିଓ । ଜଣେ ବଙ୍ଗୀୟ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛି ।
ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଛି । ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ସୂଚନା ଥାଉକି ବାରମ୍ୱାର ତାଗିଦ୍ କରିବା ସତ୍ତ୍ୱେ ଏମିତି ବାରମ୍ୱାର ଜଗନ୍ନାଥ ମନ୍ଦିରର ଦୃଶ୍ୟ ହେଉ ବା ମନ୍ଦିର ବେଢାର ଦୃଶ୍ୟ ଭାଇରାଲ ହୋଇଥାଏ । ଥାନାରେ ଏତଲା ବି ହୁଏ । ହେଲେ ଏବେ ପୁଣିଥରେ ପୁରୀ ଶ୍ରୀମନ୍ଦିରର ଉପରେ ଉଡିଛି ଡ୍ରୋନ୍ । ଯାହା ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023