ପୁରସ୍କାର ପାଇବା ପୂର୍ବରୁ ଚାଲିଗଲେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମନୋନୀତ, ପୁରୁଷୋତ୍ତମଙ୍କ ଆକସ୍ମିକ ନିଧନରେ ଖେଳ ଜଗତ ସ୍ତବ୍ଧ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯୦୮ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟ ଶୁକ୍ରବାର ବେଙ୍ଗାଲୁରୁରେ ପ୍ରାଣ ହରାଇଛନ୍ତି । ସେ ହୃହଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଶନିବାର ତାଙ୍କୁ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଥାନ୍ତା । 

ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସେ ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ପୂର୍ବାଭ୍ୟାସରେ ଭାଗ ନେଇଥିଲେ । କିନ୍ତୁ ପରେ ସେ ହୃଦଘାତରେ ପ୍ରାଣ ହରାଇଛନ୍ତି । ୭୯ ବର୍ଷୀୟ ପୁରୁଷୋତ୍ତମ ଭାରତୀୟ ଖେଳ ପ୍ରାଧିକରଣରୁ କୋଚ୍ ପଦରୁ ଅବସର ନେଇଥିଲେ । ସେ ବନ୍ଦନା ରାୟ, ଅଶ୍ୱିନୀ ନାଚପ୍ପା, ପ୍ରମିଳା ଉଥାପ୍ପା, ରୋଜା କୁଟ୍ଟି, ଏମକେ ଆଶା, ବି ଶାୟଲା, ମୁରଲି କୁଟ୍ଟନଙ୍କ ଭଳି ଖେଳାଳିଙ୍କୁ କୋଚିଂ ଦେଇଥିଲେ । ୧୯୭୪ରୁ ନେତାଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସରୁ ଡିପ୍ଲୋମା ହାସଲ କରିବା ପରେ ସେ ନିଜ କୋଚିଂ କ୍ୟାରିଅର ଆରମ୍ଭ କରିଥିଲେ ।

ପୂର୍ବତନ ଲମ୍ବ ଡିଆଁ ଖେଳାଳି ଅଞ୍ଜୁ ବିବି ଜର୍ଜ କହିଛନ୍ତି ଯେ, ସେ ଜଣେ ଭଲ କୋଚ୍ ଥିଲେ ।  ସେ ଅନେକ ଅଲମ୍ପିଆନଙ୍କୁ ତାଲିମ ଦେଇଛନ୍ତି । ପୁରସ୍କାର ପାଇବାର ଗୋଟିଏ ଦିନ ପୂର୍ବରୁ ସେ ପ୍ରାଣ ହରାଇଥିବା ଦୁଃଖର ବିଷୟ ।

ଅଶ୍ୱିନୀ ନଚପ୍ପା କହିଛନ୍ତି ଯେ, ସେ ତାଙ୍କର ପ୍ରଥମ କୋଚ୍ ଥିଲେ । ତାଙ୍କ କ୍ୟାରିଅର ଗଠନରେ ପୁରୁଷୋତ୍ତମଙ୍କ ଭୂମିକା ଅଧିକ ରହିଛି । ସେ ୧୯୯୫ ଏସଏଏଫ ପାଇଁ ଭାରତୀୟ ଟିମ୍‌କୁ କୋଚିଂ ଦେଇଥିଲେ । ସେ ଯୁବ ସଶକ୍ତିକରଣ ଓ ଖେଳ ବିଭାଗ ଏବଂ ଭାରତୀୟ  ଖେଳ ପ୍ରାଧିକରଣ ସହ ଜଡିତ ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.