oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବଦଳିଲା ଡ୍ରାଇଭିଂ ଲାଇସେନ୍ସ କରିବାର ନିୟମ, ଏବେ ଦୌଡିବାକୁ ପଡିବନି ଆରଟିଓ

10/05/2022 at 12:29 PM

ନୂଆଦିଲ୍ଲୀ ୧୦।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ କରିବା ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନୂଆ ନିୟମର ଫାଇଦା ସାଧାରଣ ଲୋକ ଉଠାଇପାରିବେ । ଏହି ନିୟମ ଲାଗୁ ହେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଆରଟିଓ ଅଫିସ୍ ଦୌଡିବାକୁ ପଡିବନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଡ୍ରାଇଭିଂ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ଅଧିକ ସହଜ ହେବ ।

ଡ୍ରାଇଭିଂ ଲାଇସେନ୍ସ କରିବାର ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାରର ଡ୍ରାଇଭିଂ ଟେଷ୍ଟ ଦେବାକୁ ଆରଟିଓ ଅଫିସ୍ ଯିବାକୁ ପଡିବନାହିଁ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ଆସନ୍ତା ଜୁଲାଇ ୧ରୁ ଲାଗୁ କରାଯିବ । ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଓ୍ବେଟିଂ ଲିଷ୍ଟରେ ଅପେକ୍ଷା କରିଥିବା କୋଟି କୋଟି ଲୋକଙ୍କୁ ଅଶ୍ବସ୍ତି ମିଳିବ ।

ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଏବେ ଆରଟିଓ ଟେଷ୍ଟ ଦେବାକୁ ଅପେକ୍ଷା କରିବାକୁ ପଡିବନାହିଁ । ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇଁ କୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ କରିପାରିବେ । ଏଠାରୁ ଟ୍ରେନିଂ ନେବାପରେ ଆପଣଙ୍କୁ ସେହିଠାରୁ ଟେଷ୍ଟ ପାସ୍ କରାଇବାକୁ ହେବ । ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ଟ୍ରେନିଂ ସ୍କୁଲ ଏକ ସାର୍ଟିଫିକେଟ୍ ଦେବେ । ଏହି ସାର୍ଟିଫିକେଟ୍ ଆଧାରରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ କରାଯିବ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରଣାଳୟ ତରଫରୁ ଟ୍ରେନିଂ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହାକୁ ଥିଓରୀ ଏବଂ ପ୍ରାକ୍ଟିକାଲରେ ବିଭକ୍ତ କରାଯାଇଛି । ଲାଇଟ୍ ମୋଟର ଭେହିକିଲ ପାଇଁ କୋର୍ସ ଅବଧି ୪ ସପ୍ତାହ ଅଟେ ଯାହା ୨୯ ଘଣ୍ଟା ହେବ । ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ରାସ୍ତା, ରାଜପଥ, ସହରୀ ରାସ୍ତା, ଗାଁ ରାସ୍ତା, ରିଭର୍ସିଙ୍ଗ ଏବଂ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟା ସମୟ ଦେବାକୁ ପଡିବ । ବାକି ୮ଘଣ୍ଟାରେ ଆପଣଙ୍କୁ ଥିଓରୀ ପଢାଯିବ ।

ସଡକ ଏବଂ ପରିବହନ ମନ୍ତ୍ରଣାଳୟ ତରଫରୁ ଟ୍ରେନିଂ ସେଣ୍ଟର ପାଇଁ ମଧ୍ୟ କିଛି ଗାଇଡ୍‌ଲାଇନ୍ ଏବଂ ସର୍ତ୍ତ ରଖାଯାଇଛି । ଏହି ଗାଇଡ୍‌ଲାଇନ୍‌ ବିଷୟରେ ଜାଣିବା ମଧ୍ୟ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।

୧. ଦୁଇ ଚକିଆ ଯାନ, ତିନି ଚକିଆ ଯାନ ଏବଂ ହାଲୁକା ମୋଟର ଯାନର ଟ୍ରେନିଂ ସେଣ୍ଟର ପାଇଁ ଅତି କମ୍‌ରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରିଯାନ/ ମାଲ୍ ପରିବହନ ଯାନ କିମ୍ବା ଟ୍ରେଲର ପାଇଁ ଟ୍ରେନିଂ ସେଣ୍ଟର ନିକଟରେ ଦୁଇ ଏକର ଜମି ଥିବା ଆବଶ୍ୟକ ।

୨. ଟ୍ରେନର ଅତି କମରେ ଦ୍ବାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏଥିସହ ତାଙ୍କ ନିକଟରେ ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ରହିବା ଜରୁରୀ ।

୩. ଡ୍ରାଇଭିଂ ସେଣ୍ଟରର ପାଠ୍ୟକ୍ରମକୁ ଦୁଇ ଭାଗରେ ଥିଓରୀ ଏବଂ ପ୍ରାକ୍ଟିକାଲରେ ବିଭକ୍ତ କରାଯାଇଛି ।

୪. ଟ୍ରେନିଂ ସେଣ୍ଟରରେ ବାୟୋମେଟ୍ରିକ୍ ସିଷ୍ଟମ୍ ରହିବା ଜରୁରୀ ।

୫. ମଧ୍ୟମ ଏବଂ ଭାରିଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟାର କୋର୍ସର ଅବଧି ରହିବ । ଏଥିରେ ୮ ଘଣ୍ଟାର ଥିଓରୀ କ୍ଲାସ୍ ଏବଂ ବାକି ୩୧ ଘଣ୍ଟାର ପ୍ରାକ୍ଟିକାଲ ରହିବ ।

   Related Posts