oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆରଟିଓରେ ବିନା ଟେଷ୍ଟରେ ହୋଇପାରିବ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ, ଜାଣନ୍ତୁ କିପରି?

11/06/2021 at 2:57 PM

ନୂଆଦିଲ୍ଲୀ ୧୧/୬: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି । କିନ୍ତୁ RTO ରେ ଡ୍ରାଇଭିଂ ପରୀକ୍ଷାକୁ ଏଡାଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ କିଛି ରହିଛି ଭଲ ଖବର । ଖୁବ୍ ଶୀଘ୍ର ଲୋକମାନେ ଆରଟିଓରେ ଡ୍ରାଇଭିଂ ପରୀକ୍ଷା ନ ଦେଇ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ । ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟେଷ୍ଟ ସେଣ୍ଟରରୁ ତାଲିମ ନେବାକୁ ପଡ଼ିବ ।

ଯାହା ପରେ କେନ୍ଦ୍ରରୁ ଏକ ସାର୍ଟିଫିକେଟ୍ ଗ୍ରହଣ କରାଯିବ । ଆଉ ତାରି ଆଧାରରେ ପରୀକ୍ଷା ଦେବା କୌଣସି ଆବଶ୍ୟକତା ନାହିଁ । ଏହି ସ୍ୱୀକୃତିପ୍ରାପ୍ତ ଟ୍ରେନିଂ ଜୁଲାଇ ୧, ୨୦୨୧ ରୁ ଆରମ୍ଭ ହେବ । ସଡକ ପରିବହନ ମନ୍ତ୍ରଣାଳୟ ଏ ବାବଦରେ ନିର୍ଦ୍ଦେଶ ଜାରି କରିଛି । ସଡକ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ, ଦେଶରେ ପ୍ରତିବର୍ଷ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ଟ୍ରେଣ୍ଡ ଡ୍ରାଇଭର ଅଭାବ ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଦେଶରେ ପ୍ରାୟ ୨୨ ଲକ୍ଷ ଡ୍ରାଇଭର ଅଭାବ ରହିଛନ୍ତି । ଏହି ଅଭାବକୁ ପୂରଣ କରିବା ଏବଂ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଡକ ପରିବହନ ମନ୍ତ୍ରଣାଳୟ ନିର୍ଦ୍ଧାରିତ ଗାଇଡ୍ ଲାଇନ୍ ଅନୁଯାୟୀ ସାରା ଦେଶରେ ଡ୍ରାଇଭର ଟ୍ରେନିଂ ସେଣ୍ଟର ଖୋଲିବାକୁ ଅନୁମତି ଦେଇଛି । ଲୋକେ ମନ୍ତ୍ରଣାଳୟର ନାଁ ଅନୁଯାୟୀ କେନ୍ଦ୍ର ଖୋଲିପାରିବେ । ଯେଉଁଥିରେ ଲୋକମାନଙ୍କୁ ତାଲିମ ଦିଆଯାଇପାରିବ । ଯେଉଁ ଆଧାରରେ ପରୀକ୍ଷା ନ ଦେଇ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରାଯାଇପାରିବ ।

   Related Posts