ନୂଆଦିଲ୍ଲୀ: ଦେଶରେ ନୂଆ ମୋଟର ଯାନ ଆଇନ ୨୦୧୯ ଲାଗୁ ହେବା ପରେ ଅକ୍ଟୋବର ମାସରୁ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତି ନିୟମ ବି ବଦଳିଯାଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବି ବଦଳି ଯାଇଛି। ଫଳରେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଫର୍ମାଟ ଏକ ହୋଇଯାଇଛି।
{"id":167392}ଏଥିରେ ଏବେ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ କ୍ୟୁଆର କୋଡ ସାଙ୍ଗକୁ ମାଇକ୍ରୋଚିପ୍ ବି ଲାଗି ରହୁଛି। ଫଳରେ ଦେଶର ସବୁ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଓ ଯାନ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଏକା ଭଳି ହେବ। ଏଣୁ ଆରସି ଓ ଡ୍ରାଇଭିଂ ଲାଇସେନ୍ସର ସୂଚନା ବି ଗୋଟିଏ ସ୍ଥାନରେ ମିଳିପାରିବ। ତେବେ ପୂର୍ବରୁ ଏହି ସବୁ ଆବଶ୍ୟକ ଜିନିଷର ପ୍ରିଣ୍ଟିଂ ଓ ଅନ୍ୟାନ୍ୟ ସୂଚନା ପୃଥକ ଥିଲା। ସୂଚନା ବି ଅଲଗା ଅଲଗା ମିଳୁଥିଲା। କ୍ୟୁଆର କୋର୍ଡରୁ ଡ୍ରାଇଭର ଓ ଯାନର ପୂର୍ବ ସୂଚନା ମିଳିବ।
{"id":167393}ଡିଏଲରେ ଥିବା ମାଇକ୍ରୋଚିପ୍ ଓ କ୍ୟୁଆର କୋଡରୁ ଆପଣଙ୍କ ପୁରାସୂଚନା ମିଳିଯାଇପାରିବ। ଏହା ସାହାଜ୍ୟରେ କେନ୍ଦ୍ରୀୟ ଡାଟା ବେସ୍ ରୁ ଡ୍ରାଇଭର ଓ ବାହନର ସମସ୍ତ ରେକର୍ଡ ମିଳିପାରିବ। ଡିଏଲ ପଛରେ ଏମାର୍ଜେନ୍ସୀ ନମ୍ବର ଲେଖା ରହିବ। ଆବଶ୍ୟକତା ପଡିଲେ ପୋଲିସ ଅଥବା ଅନ୍ୟ କେହି ନମ୍ବରରେ ସମ୍ପର୍କ କରିପାରିବେ।