Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସରକାରଙ୍କ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ଡ୍ରାଇଭର, ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

17/03/2023 at 1:03 PM

ଭୁବନେଶ୍ବର ୧୭।୩: ରାଜ୍ୟରେ ଜାରି ରହିବ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ । ଏ ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମୁଦୁଲି ସୂଚନା ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ଡ୍ରାଇଭର ସଂଘ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ । ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିରେ ଖୁସି ନାହାନ୍ତି ସଂଘ ସଦସ୍ୟ । ସରକାର ଘୋଷଣା ନକରିବା ଯାଏଁ ଆନ୍ଦୋଳନ ଚାଲୁ ରଖିବୁ । ସରକାର ଯେପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି ଆନ୍ଦୋଳନ ଜାରି ରହିବ। ସେ ଆହୁରି କହିଛନ୍ତି, ଗୁଳି ଖାଇବାକୁ ପଡିଲେ ଛାତି ଦେଖାଇବୁ, ଲାଠି ଖାଇବାକୁ ପଡିଲେ ପିଠି ଦେଖାଇବୁ । କିନ୍ତୁ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ତୃତୀୟ ଦିନରେ ଜାରି ରହିଛି । ପ୍ରଥମ ଦିନଠୁ ଦ୍ୱିତୀୟ ଦିନ ଚାଳକଙ୍କ ଆନ୍ଦୋଳନ ବିସ୍ଫୋରକ ରୂପ ନେଇଥିଲା । ନଛୋଡ଼ବନ୍ଧା ଆନ୍ଦୋଳନରତ ଚାଳକ । ନିଜ୍‌ ଜିଦ୍‌ରେ ଅଟଳ । ରାସ୍ତାଘାଟରେ ଅଡି଼ ବସିଛନ୍ତି । କିଛି ଜାଗାରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଚାଳକ । ଧସ୍ତାଧସ୍ତି ବି ହୋଇଥିଲା । ଛତ୍ରପୁରରେ ଉତ୍ତ୍ୟକ୍ତ ଚାଳକଙ୍କୁ ଘଉଡ଼ାଇବାକୁ ପୋଲିସ ମୃଦୁ ଲାଠିଚାଳନା କରିଥିଲା । ପାଲଟା ଜବାବରେ କିଛି ପୋଲିସକୁ ନିର୍ଧୁମ ପିଟିଛନ୍ତି ଚାଳକ ।

ଅଚଳାବସ୍ଥା ଦେଖି ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟା ୭ଟାରେ ଚାଳକ ସଂଘକୁ ଆଲୋଚନା ପାଇଁ ଡାକିଥିଲେ । ‘ଡ୍ରାଇଭର
ଏକତା ମହାମଞ୍ଚ’ର ଭୁବନେଶ୍ୱର ଟିମ୍‌ର ୪ ଜଣ ନେତା ଲୋକସେବା ଭବନକୁ ଯାଇଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚାଲିଥିଲା । ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଡ୍ରାଇଭର ପାଣ୍ଠି ଗଠନ ସହ ୨୦ ଲକ୍ଷ ଟଙ୍କା
ଦୁର୍ଘଟଣା ବୀମା, ପେନ୍‌ସନ୍‌, ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦଫା ଦାବି ଉପସ୍ଥାପନ ହୋଇଥିଲା । ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ଦାବି ପୂରଣ ହେବ ବୋଲି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

   Related Posts