Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

୧୦ ଦଫା ଦାବିରେ ଚାଲିଛି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ବାଦ୍ ପଡିଛି ଜରୁରୀକାଳିନ ସେବା

15/03/2023 at 11:28 AM

ବିନିକା ୧୫/୦୩ : ଓଡିଶା ଡ୍ରାଇଭର ସଂଘ ୧୦ ଦଫା ଦାବି ନେଇ ଷ୍ଟ୍ରିୟରିଂ ଛାଡ ଆନ୍ଦୋଳନ ଆନ୍ଦୋଳନ ଡାକରା ଦେଇଛି । ଏହି ଆନ୍ଦୋଳନକୁ ସମର୍ଥନ କରି ବିନିକା ଡ୍ରାଇଭର ୟୁନିୟନ ସଂଘ ଅଟୋ ଚାଳକ ସଂଘ ସମର୍ଥନ କରି ଆନ୍ଦୋଳନକୁ ଓଲ୍ଲାଇଛି ।

ଆନ୍ଦୋଳନକାରୀ ମାନେ ରାଜ ରାସ୍ତାରେ ଓହ୍ଲାଇବା ସହ ଶାନ୍ତିପୁର୍ଣ୍ଣ ଧାରଣା ଦେଇଛନ୍ତି । ଅଟୋ ଚାଳକ ମାନେ ଅଟୋ ଚଳାଚଳ ବନ୍ଦ କରିଥିବା ଯୋଗୁ ବିଶେଷ କରି ଯାତାୟତ କରୁଥିବା ଯାତ୍ରି ମାନେ ଅସୁବିଧା ହେବାକୁ ପଡୁଛି । ତେବେ ପୁର୍ବରୁ ୧୦ ଦଫା ଦାବି ନେଇ ଭୁବନେଶ୍ୱରରେ ଓଡିଶା ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ ତାଙ୍କ ଦାବି ପୁରଣ ହୋଇନାହିଁ ।

ବର୍ତ୍ତମାନ ସମୟରେ ଆନ୍ଦୋଳନ ପୁରଣ ନହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ସ୍କୁଲ,କଲେଜ ଗୁଡ଼ିକରେ ନିୟୋଜିତ ହୋଇଥିବା ଗାଡି, ଜରୁରି କାଳିନ ଗାଡି ଆନ୍ଦୋଳନରୁ ବାଦ ଦିଆଯାଇଛି

   Related Posts