ଓଡ଼ିଶା ଡ୍ରାଇଭର ସଂଘର ନିଆରା ଆନ୍ଦୋଳନ, ମୁଣ୍ଡିଆ ମାରି ଦାବି ପୂରଣ ଲାଗି ନେହୁରା

Published By : Prameya-News7 Bureau | November 04, 2022 IST

ଖଲ୍ଲିକୋଟ ୦୪/୧୧: ରାସ୍ତାରେ ତଳେ ଶୋଇ ଅଭିନବ ଉପାୟରେ ଓଡ଼ିଶା ଡ୍ରାଇଭର ସଂଘର ନିଆରା ଆନ୍ଦୋଳନ । ପ୍ରାୟ ୩୦୦ରୁ ଅଧିକ ଡ୍ରାଇଭର ମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଳେ ଶୋଇ ରହି ମୁଣ୍ଡିଆ ମାରି ନିଜର ଦାବି ପୂରଣ ପାଇଁ ନେହୁରା ହୋଇଛନ୍ତି ।

wp:html /wp:html

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପାଇଁ ବୀମା, ୫୫ ବର୍ଷ ପରେ ଡ୍ରାଇଭରଙ୍କୁ ପେନସନ, ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଭଳି ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ସଂଘ । ଦୀର୍ଘ ଦିନ ଧରି ନିଜର ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ସୁଦ୍ଧା ସେହି ଦାବିକୁ ସରକାର ଶୁଣିନଥିବା ଅଭିଯୋଗ । ଏହାକୁ ନେଇ ଆଜି ଏଭଳି ନିଆରା ଭାବେ ଜିଲ୍ଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.