Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରଭାବ, ବିଭିନ୍ନ ସ୍ଥାନରେ ବ୍ୟାନର ଧରି ପିକେଟିଂ

16/03/2023 at 8:13 AM

ଜଗତସିଂହପୁର ୧୬/୦୩: ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦଫା ଦାବି ନେଇ ସାରା ରାଜ୍ୟରେ ଚାଲିଛି ଆନ୍ଦୋଳନ । ବୁଧବାରଠାରୁ ସାରା ରାଜ୍ୟରେ ଚକା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଯାହାର ପ୍ରଭାବ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ ।

ବୁଧବାର ସକାଳ ୬ ଟାରୁ ସଂଘ ପକ୍ଷରୁ ଅହୋରାତ୍ର ଜଗତସିଂହପୁର ଓ ପାରାଦୀପ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାନର ଧରି ପିକେଟିଂ କରା ଯାଇଛି । ଏହାର ପ୍ରଭାବରେ ଦୁଇ ଦିନ ହେଲା ଯାନ ବାହନ ଚଳାଚଳ ପ୍ରଭାବିତ ହୋଇଥିବାର ଦେଖା ଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

   Related Posts