scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁରକ୍ଷା ସମ୍ମାନ ଓ ଅଧିକାର ପାଇଁଁ ସମ୍ବଲପୁରରୁ ନବୀନ ନିବାସ, ଡ୍ରାଇଭର୍ ମହାସଂଘର ଦଣ୍ଡବତ ଯାତ୍ରା

20/10/2022 at 9:36 AM

ଦିଗପହଣ୍ଡି ୧୯/୧୦: ସରକାର ୩ ମାସ କହିଲେ ହେଲେ ବର୍ଷେ ହେଲାଣି ପ୍ରତିଶୃତି ପୂରଣ କଲେନି । ଏଥର ପଦ ଯାତ୍ରା ନୁହଁ ଦଣ୍ଡବତ ଯାତ୍ରା ଆରମ୍ଭ କଲେ । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସମ୍ବଲପୁର ମାଁ ସମଲେଶ୍ଵରୀ ମନ୍ଦିରରୁ ଦଣ୍ଡବତ ଯାତ୍ରା ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ ଯିବେ ।

ଡ୍ରାଇଭର ମାନଙ୍କ ପାଇଁ ସୁରକ୍ଷା ଓ ସ୍ୱତନ୍ତ୍ର ଆଇନ ୧୦୦ କିଲୋମିଟର ବ୍ୟବଧାନରେ ପାର୍କିଂ ଓ ବିଶ୍ରାମ ସ୍ଥଳ ୫୫ ବର୍ଷ ପରେ ପେନସନ ଦୁର୍ଘଟଣାରେ ଜୀବନ ଗଲେ ୨୦ ଲକ୍ଷ ଅର୍କମନ୍ୟ ପାଇଁ ୧୦ ଲକ୍ଷ ଓ ଚିକିତ୍ସା ପାଇଁ ୫ ଲକ୍ଷ ପ୍ରଦାନ କରାଯାଉ । ସେହିପରି ଦରମା ଟଙ୍କା ନଦ୍ଧାରିତ ସହ ସମୟ ସୀମା ଧାର୍ଯ୍ୟ ଦ୍ୱିତୀୟ ସୈନିକ ମାନ୍ୟତା ଆବାସ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ପିଲାଙ୍କ ପାଠପଢା ପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥା, ରାସ୍ତା ଉପରେ ଡ୍ରାଇଭର ମାନଙ୍କ ଉପରେ ପ୍ରଶାସନ ଜୁଲୁମ ବନ୍ଦ, ଏହିବଲି ୧୦ଟି ଦାବି କରିଛନ୍ତି । ୨୦୨୧ ଅକ୍ଟୋବରରେ ମଧ୍ୟ ସମଲେଶ୍ଵରୀ ମନ୍ଦିରରୁ ପଦଯାତ୍ରା କରି ରାଜଧାନୀରେ ହଜାର ହଜାର ଡ୍ରାଇଭର ମାନେ ଗର୍ଜି‌ଥିଲେ ।

ହେଲେ ସେହି ସମୟରେ ୩ ମାସ ଭିତରେ ଦାବି ପୁରଣ ପାଇଁ ପ୍ରତିଶୃତି ମିଳିଥିଲା । ପ୍ରତିଶୃତି ୩ ମାସ କଣ ବର୍ଷେ ପୁରିଗଲା ହେଲେ ପୁରଣ ହେଲାନାହିଁ । ପୁଣି ତା ୧୮ତାରିଖଠୁ ସମଲେଶ୍ଵରୀ ମନ୍ଦିରରୁ ପୁଜାର୍ଚ୍ଚନା କରି ରାଜଧାନୀ ଅଭିମୂଖେ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି ।

   Related Posts