ଅଟୋ ଚାଳକ ପୋଲିସ୍ ମୁହାଁମୁହିଁ; ଉତ୍ତେଜନା ଜାରି
16/03/2023 at 6:58 PM

ଖଲ୍ଲିକୋଟ ୧୬/୦୩: ଚମାଖଣ୍ଡି ଥାନା ପୋକୋଡ଼ିବନ୍ଧ ଛକ ନିକଟରେ ଅଟୋ ଚାଳକ ଓ ପୋଲିସ ମୁହାଁମୁହିଁ। ପୋଲିସକୁ ଗୋଡ଼େଇ ଗୋଡେଇ ପିଟିବା ସହିତ ଗାଡ଼ି କାଚ ଭାଙ୍ଗିଲେ ଡ୍ରାଇଭର। ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଡ୍ରାଇଭରମାନଙ୍କ ଆନ୍ଦୋଳନରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଆହତ ପାଞ୍ଚ ପୋଲିସ କର୍ମଚାରୀ ହେଲେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଗୋପାଳପୁର ଥାନା ଏଏସଆଇ ଜୟ ଚନ୍ଦ୍ର ମଲ୍ଲିକ। ବୈଦ୍ୟନାଥପୁର ଗୃହରକ୍ଷୀ ଗୋପାଳ କୃଷ୍ଣ ରଥ, ଗୋପାଳପୁର ଏସଆଇ ମହେନ୍ଦ୍ର କୁମାର ବେହେରା। ସେମାନଙ୍କୁ ଏମକେସିଜି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023