ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଇଞ୍ଜିନ୍‌ ତଳେ ଚାପି ହୋଇ ଡ୍ରାଇଭର ମୃତ

Published By : Prameya-News7 Bureau | August 27, 2022 IST

ମୋରଡା, ୨୭/୦୮: ମୋରଡା ଥାନା ଅନ୍ତର୍ଗତ ଘାଗରା ଠାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । କାଞ୍ଚିଆମୁଣ୍ଡା ଠାରେ ପ୍ରଧାନମନ୍ତ୍ରୀ ସଡକ କାର୍ଯ୍ୟସ୍ଥଳୀକୁ ଟ୍ରାକ୍ଟରରେ ସିମେଣ୍ଟ ନେଉଥିବା ବେଳେ ଘାଗରା ଠାରେ ଏକ ଉଚ୍ଚ ରାସ୍ତାରେ ଉଠୁଥିଲା ଟ୍ରାକ୍ଟର । ଏହି ସମୟରେ ଇଞ୍ଜିନଟି ଉପରକୁ ଉଠି  ଓଲଟି ଯିବାରୁ ଇଞ୍ଜିନ ତଳେ ଚାପି ହୋଇଯାଇଥିଲେ ଡ୍ରାଇଭର । ସ୍ଥାନୀୟ ଲୋକେ ଦେଖି ଅଗ୍ନୀଶମ ବିଭାଗ ଓ ମୋରଡା ପୋଲିସକୁ ଏନେଇ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ଇଞ୍ଜିନ ତଳେ ଚାପି ହୋଇଥିବା ଡ୍ରାଇଭରକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ମୃତ ଡ୍ରାଇଭର ରଜନୀ ନାୟକଙ୍କ ଘର ବହଡାଗୁଡା ରଘୁନାଥପୁର ବୋଲି ଜଣାପଡିଛି । ତେବେ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.