ଟ୍ରକ୍ ସହ ପିଟି ହେଲା ଟ୍ରକ୍ : ଚାପି ହୋଇ ଡ୍ରାଇଭର ମୃତ

Published By : Prameya-News7 Bureau | February 17, 2020 IST

କେନ୍ଦୁଝର ୧୭/୨: କେନ୍ଦୁଝରର ଡେଥ ଯୋନ କୁହାଯାଉଥିବା ୨୦ନମ୍ବର ଜାତୀୟ ରାଜପଥ ନେଇଛି ଆଉ ଏକ ଜୀବନ । ଆଜି ସକାଳୁ ସକାଳୁ ଟାଉନ ଥାନା ଅନ୍ତର୍ଗତ ବାଦାମପଟି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ୨୦ ନମ୍ବର ଜାତୀୟ ରାଜପଥର ବାଦାମପଟି ଗାଁ ନିକଟରେ ଏକ ବ୍ରେକ ଡାଉନ ଟ୍ରକ  ରାସ୍ତା କଡରେ ଛିଡା ହୋଇଥିଲା ।

 ଯୋଡ଼ା ଅଭିମୁଖେ ଯାଉଥିବା ଆଉ ଏକ ଟ୍ରକ ଛିଡ଼ା ହୋଇଥିବା ଏହି ଟ୍ରକକୁ ପଛରୁ ପିଟିଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଚାପି ହୋଇ ମୃତ୍ୟୁ ବରଣ କରିଛି  । ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.