ଓଲଟି ପଡିଲା ବାଲି ବୋଝେଇ ଟ୍ରକ୍, ଚାପି ହୋଇ ଡ୍ରାଇଭର ମୃତ
21/02/2020 at 8:42 AM

ରାଇରଙ୍ଗପୁର ୨୧।୨: ଓଲଟି ପଡିଲା ବାଲି ବୋଝେଇ ଟ୍ରକ୍ । ଟ୍ରକ୍ ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ରାଇରଙ୍ଗପୁର-ଟାଟା ନଗର ଜାତୀୟ ରାଜପଥ ୨୨୦ କାଦୁଆଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ ଉଠାଣିଆ ହୋଇଥିବାରୁ ସେ ଗାଡ଼ି ଉପରେ ନିୟନ୍ତ୍ରଣ ରଖି ପାରିନଥିଲେ। ଫଳରେ ଗାଡ଼ିଟି ୧୫ ଫୁଟ ତଳକୁ ଖସିପଡ଼ିଥିଲା ।

ଘଟଣାସ୍ଥଳରେ ଡ୍ରାଇଭର ଟ୍ରକରେ ଚାପିହୋଇ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ବହଳଦା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023