ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପିହୋଇ ଡ୍ରାଇଭର ମୃତ

Published By : Prameya-News7 Bureau | October 22, 2020 IST

ସାଲେପୁର ୨୨।୧୦: ମର୍ମନ୍ତୁଦ ସଡକ ଦୁର୍ଘଟଣା । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଇଚୁଆଁ ଛକ ନିକଟରେ ଘଟିଛି ଦୁର୍ଘଟଣା । ରାସ୍ତା କଡରେ ଛିଡା ହୋଇଥିବା ରଡ୍ ବୋଝେଇ ଟ୍ରେଲର ପଛରେ ପିଟି ହେଲା ସିମେଣ୍ଟ ବୋଝେଇ ଟ୍ରକ୍ । ଦୁର୍ଘଟଣା ଫଳରେ ଚାପିହୋଇ ଟ୍ରକ୍ ଚାଳକଙ୍କର ମୃତ୍ୟୁ ହୋଇଛି ।

{"id":348681,"sizeSlug":"large"}

ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଜଣାପଡିଛି । ମୃତ ଟ୍ରକ୍ ଡ୍ରାଇଭରଙ୍କୁ କଟର ସାହାଯ୍ୟରେ କାଟି ଅଗ୍ନିଶମ କର୍ମଚାରୀ ବାହାର କରିଥିବା ଜଣାଯାଇଛି । ଗୁରୁବାର ଭୋରରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

{"id":348682,"sizeSlug":"large"}

ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ଉଭୟ ଗାଡିକୁ ଜବତ କରି ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.