ଟ୍ରକ୍ ଧକ୍କାରେ ଦୁଗ୍ଧ ଗାଡି ଡ୍ରାଇଭର ମୃତ, ହେଲ୍ପର ଗୁରୁତର
10/04/2023 at 12:17 PM

ସୋର ୧୦।୪: ଅଜଣା ଟ୍ରକ୍ ଧକ୍କାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛି । ୧୬ ନଂ ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଲିଆପାଳରୁ କଟକ ଦୁଗ୍ଧ ନେଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଲିଆପାଳରୁ କଟକ ଯାଉଥିବା ଦୁଗ୍ଧ ଗାଡିର ଡ୍ରାଇଭର ଓ ହେଲପର ଗାଡିରୁ ତଳକୁ ଆସି ଛିଡା ହୋଇଥିବା ବେଳେ ପଛପଟୁ ଅଜଣା ଟ୍ରକ୍ ଧକ୍କା ମାରି ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ୟୁପି ବରେଲିର ଡ୍ରାଇଭର ରାଜେନ୍ଦ୍ର ପାଲଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲପର ରାଜୁ ପାଲ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି ହୋଇଛି ।
Related Posts
ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ : ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା
30 September 2023
ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
30 September 2023