ପୋଲ ତଳକୁ ଖସିଲା ଆଇରନ ବୋଝେଇ ଟ୍ରକ, ଡ୍ରାଇଭର ମୃତ
31/08/2023 at 10:20 AM

କେନ୍ଦୁଝର ୩୧।୦୮ : ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡ଼ିଲା ଆଇରନ ବୋଝେଇ ଟ୍ରକ୍। ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ସୂଚନାନୁଯାୟୀ, ଗୁରୁବାର ଦିନ ଭୋର ସମୟରେ ପାରାଦ୍ଵୀପ ଅଭିମୁଖେ ଯାଉଥିଲା ଏକ ଆଇରନ୍ ବୋଝେଇ ଟ୍ରକ । ଏହି ସମୟରେ ଆଇରନ ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ ଜାମୁନାନିଆ ଗାଁ ନିକଟରେ ଥିବା ଏକ ପୋଲ ଉପରୁ ତଳକୁ ଖସିପଡିଥିଲା । ଯାହାଫଳରେ ଟ୍ରକ୍ରେ ଚାପି ହୋଇ ଡ୍ରାଭର୍ର ମୃତ୍ୟୁ ହୋଇଛି।
ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସହ ଟ୍ରକ୍ଟିକୁ କ୍ରେନ୍ ସାହାଯ୍ୟରେ ଉପରକୁ ଉଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରର ପରିଚୟ ପୋଲିସ ପାଇପାରିନାହିଁ ।