ପୋଲରୁ ୪୦ ଫୁଟ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଗୁରୁତର
24/04/2023 at 6:08 PM

ପାଟଣା ୨୪।୪: ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର-ମୟୁରଭଞ୍ଜ ସୀମାନ୍ତ ତୁରୁମୁଙ୍ଗା ବୈତରଣୀ ପୋଲରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ୧୨ଚକିଆ ଟ୍ରକ୍ ପୋଲ ଉପରୁ ୪୦ ଫୁଟ ତଳକୁ ଖସିପଡିଛି । ଟ୍ରକ୍ ଡ୍ରାଇଭର ଗୁରୁତର ହୋଇ ଗାଡି ଭିତରେ ଫସି ରହିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l

ସୂଚନା ଅନୁସାରେ ଟ୍ରକଟି କୋଲକତା ପଟୁ କେନ୍ଦୁଝର ଆଡ଼କୁ ଆସୁଥିବା ସମୟରେ ଗାଡିଟି ଭାରସାମ୍ୟ ହରାଇଥିଲା । ଫଳରେ ଟ୍ରକଟି ପୋଲ ଉପରୁ ୪୦ ଫୁଟ ତଳକୁ ଖସି ପଡିଛି l ଘଟଣାସ୍ଥଳରେ ଚଢେଇଭୋଳ ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି l
Related Posts
ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ : ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା
30 September 2023
ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
30 September 2023