ପାରାଦୀପ ଅଠରବାଙ୍କୀ ଟ୍ରକ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ; ଡ୍ରାଇଭର ଗୁରୁତର

Published By : Prameya-News7 Bureau | October 21, 2018 IST

ପାରାଦୀପ ୨୧|୧୦: ପାରାଦୀପ ଅଠରବାଙ୍କୀ ସ୍ଥିତ ସବଷ୍ଟେସନ ନିକଟ ପୋଲ ଉପରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ପାରାଦୀପକୁ ଆସୁଥିବା ଏକ ଆଇରନ୍ ବୋଝେଇ ଟ୍ରକକୁ ପାରାଦୀପରୁ କୋଇଲା ବୋଝେଇ କରି ଯାଉଥିବା ଆଉ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପାରାଦୀପକୁ ଆସୁଥିବା ଟ୍ରକର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି ।  ଡ୍ରାଇଭର ଜଣଙ୍କର ଗୋଡ ସିଟ୍ ମଧ୍ୟରେ ଫସିରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି । ତେବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନହରଣା ଅଞ୍ଚଳର ପୃଥିରାଜ ମହାନ୍ତି । ତେବେ ସୂଚନା ଅନୁସାରେ ପାରାଦୀପ ଅଭିମୁଖେ ଆସୁଥିବା ଟ୍ରକଟି ଡାହାଣ ପଟ ରାସ୍ତାରୁ ଡିଭାଇଡ଼ର ଭାଙ୍ଗି ବାମ ପଟ ରାସ୍ତାରେ ଯାଉଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ତେବ ଦୁଇ ଟ୍ରକ୍ ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘରେ ନିୟୋଜିତ  ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.