ସ୍କୁଲ ବସ୍ କୁ ଅପହରଣ କରି ନିଆଁ ଲଗାଇ ଦେଲା ଡ୍ରାଇଭର
21/03/2019 at 9:18 AM

ରୋମ ୨୧|୩: ବୁଧବାର ଦିନ ଇଟାଲିର ମିଲାନ୍ ଠାରେ ୫୧ ଜଣ ସ୍କୁଲ୍ ପିଲା ଯାଉଥିବା ଏକ ବସ୍କୁ ଡ୍ରାଇଭର ଅପହରଣ କରି ନେଇ ନିଆଁ ଲଗାଇ ଦେଇଛି ବୋଲି ।
ବସ୍ ପଛରେ ଥିବା ଭଙ୍ଗା ଝରକା ବାଟେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ପିଲାଙ୍କୁ ବସ୍ ଭିତରେ ବାନ୍ଧି ଦିଆଯାଇଥିଲା। କୌଣସି ପିଲା ଗୁରୁତର ଆହତ ହୋଇନାହାନ୍ତି।
ଘଟଣାରେ ୪୭ ବର୍ଷୀୟ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ସେ ଇଟାଲୀୟ ନାଗରିକ ହୋଇଥିଲେ ବି ସେନିଗଲ୍ର ମୂଳ ବାସିନ୍ଦା।
କେହି ଜଣେ ବି ବଞ୍ଚିବେ ନାହିଁ ବୋଲି ଡ୍ରାଇଭର୍ ଚିତ୍କାର କରି କହିଥିବା କଥା କୁହାଯାଉଛି।