oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲା ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କୋଟିପତି ଡ୍ରାଇଭର ଗିରଫ, ୨ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ସିଜ୍ କଲା ଭିଜିଲାନ୍ସ

31/12/2020 at 11:00 AM

କଳହାଣ୍ଡି ୩୧।୧୨: କୋଟିପତି ଡ୍ରାଇଭର ଗିରଫ । କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ଏହି ଚଢାଉରେ ଭିଜିଲାନ୍ସକୁ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ମିଳିଛି ।

ଖବର ଅନୁଯାୟୀ, ବୁଧବାର ଦିନରୁ ଚଢାଉ ଆରମ୍ଭ କରି ବିଳମ୍ବିତ ରାତ ପର୍ଯ୍ୟନ୍ତ ଚାଲିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳହାଣ୍ଡି କୁସୁମଖୁନଟି ଇନ୍ଦ୍ରାବତୀ ଡିଭିଜନର ପୁର୍ବତନ ଡ୍ରାଇଭରଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ । ତେବେ ଚଢାଉର ନେତୃତ୍ବ ନେଉଥିବା ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ବୟାନ ଅନୁଯାୟୀ, ରମେଶ ଚନ୍ଦ୍ର ପଣ୍ଡାଙ୍କ  ସମ୍ପତିର ଆନୁମାନିକ ମୁଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କା ହେବ ।

ରମେଶ ଚନ୍ଦ୍ର ପଣ୍ଡାଙ୍କ ଧର୍ମଗଡ ସ୍ଥିତ ବାସଭବନର ମୂଲ୍ୟ ୩୫ ଲକ୍ଷ ଟଙ୍କା , ଧର୍ମଗଡ ଗୋଟିଏ ଲଜ୍‌ ଠାବ ହେଉଛି  । ଯାହାର ମୁଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ , ଗୋଟିଏ  ହୁଣ୍ଡା କ୍ରେଟା କାର୍‌, ନଗଦ ୧୧ ଲକ୍ଷ ଟଙ୍କା , ଘରୁ ୮୫୦ ଗ୍ରାମ ସୁନା ତଥା ଲକରରୁ ୫୯୨ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ । ରମେଶ ଜଣେ ସାଧାରଣ ଡ୍ରାଇଭର ଭାବେ ଇନ୍ଦ୍ରାବତୀ ଡିଭିଜନରେ କାର୍ଯ୍ୟ କରୁଥିଲେ । ତାଙ୍କ ନିକଟରେ  ଏତେ ପରିମାଣର ସମ୍ପତ୍ତି ଠାବ ହେଲା , ସେନେଇ ଭିଜିଲାନ୍ସ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି । ସେହିପରି ଅନ୍ୟପଟେ ରମେଶ ଚନ୍ଦ୍ର ପଣ୍ଡା ସ୍ଥାନୀୟ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ସୁଧ କାରବାର ଲଗାଇଥିବାର ଭିଜିଲାନ୍ସକୁ ସୂଚନା ମିଳିଛି ।  ସେସବୁକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଭିଜିଲାନ୍ସ ଯୋଜନା କରିଛି ।

   Related Posts