Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୋଟେଲରେ ଡ୍ରାଇଭରଙ୍କ ଉନ୍ମତକାଣ୍ଡ : ବନ୍ଧୁକ ଧରି ପଶିଲେ, କର୍ମଚାରୀଙ୍କୁ ଧମକାଇଲେ

19/09/2023 at 6:59 PM

ବଲାଙ୍ଗୀର ୧୯।୯: ହୋଟେଲରେ ଡ୍ରାଇଭରଙ୍କ ଉନ୍ମତ କାଣ୍ଡ । ବନ୍ଧୁକ ଧରି ହୋଟେଲକୁ ପଶିଲେ କର୍ମଚାରୀଙ୍କୁ ଧମକାଇଲେ । ହୋଟେଲକୁ ଭଙ୍ଗାରୁଜା କଲା । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ଗଇଁନ୍ତଳା ଠାରେ ଥିବା ରାମେଶ୍ୱର ଗାର୍ଡେନ ହୋଟେଲରେ ଘଟିଛି ।

ସୂଚନାଯୋଗ୍ୟ ଯେ, ହୋଟେଲ ମାଲିକ ବିବେକାନନ୍ଦ ପତିଙ୍କ ଡ୍ରାଇଭର ରାଜୁ ମାଝୀ ମଙ୍ଗଳବାର ହୋଟେଲକୁ ଆସି ହାତରେ ବନ୍ଧୁକ ଧରି ପ୍ରଥମେ ହୋଟେଲ କର୍ମଚାରୀଙ୍କୁ ଧମକାଇ ଥିଲା । ଭିତରେ ପଶି  ହୋଟେଲର ବିଭିନ୍ନ ଆସବାବପତ୍ର ଭାଙ୍ଗିବା ସହ କର୍ମଚାରୀଙ୍କୁ ମାରିବାକୁ ଧମକ ଦେଇଥିଲେ । ଘଟଣା ପରେ ପୋଲିସକୁ ଡାକିବାରୁ ପୋଲିସ ଆସି ମଧ୍ୟ ହୋଟେଲ ଭିତରକୁ ପ୍ରବେଶ କରିପାରିନଥିଲା ।

ପରେ ଡ୍ରାଇଭର ଜଣଙ୍କ ବାହାରକୁ ଆସି ଏନଏଚରେ ଯାଉଥିବା ଯାନବାହାନଗୁଡିକୁ ମଧ୍ୟ ବନ୍ଧୁକ ଦେଖାଇ ଗାଡି ଛାଡି ଯିବାକୁ କହି ଧମକାଇ ଥିଲେ । ସେହି ସମୟରେ ସେଠାରେ ପୋଲିସ ପହଞ୍ଚିବା ପରେ ମଧ୍ୟ ସେ ବନ୍ଧୁକ ଦେଖାଇଥିଲେ । ଏହାରି ଭିତରେ ପାଖାପାଖି ୪ ରାଉଣ୍ଡ ଫାଙ୍କା ଗୁଳିଚଳନା କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ତେବେ କଳେବଳେ ପୋଲିସ ଫୋର୍ସ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ସେପଟେ ବଲାଙ୍ଗୀର ଏସପି ହୃଷିକେଶ ଖିଲାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ସେପଟେ ଘଟଣରେ ଅନ୍ୟ ଦୁଇ ଜଣ ଫେରାର ରହିଛନ୍ତି ।

You Can Read :

   Related Posts