Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଡ୍ରାଇଭର ଆନ୍ଦୋଳନ ପ୍ରଭାବ; ରାଜଧାନୀରେ ପେଟ୍ରୋଲ୍‌ ଡିଜେଲ୍‌ ମଡ଼କ, ପରିବା ଦର ଆକାଶ ଛୁଆଁ

16/03/2023 at 8:27 PM

ଭୁବନେଶ୍ୱର ୧୬/୦୩: ମୋଟର ବନ୍ଦ। ଫଳରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ଏହାର ପ୍ରଭାବ ପଡ଼ିଥିବା  ଦେଖିବାକୁ ମିଳିଛି। ବିଶେଷ କରି ପେଟ୍ରୋଲ ଟାଙ୍କିରେ ତେଲ ପାଇଁ ଲୋକଙ୍କ ଭିଡ ଲାଗିଥିବା ବେଳେ ପରିବା ଦୋକାନରେ ଦାମ୍‌ ଆକାଶ ଛୁଆଁ ହୋଇଛି।

ଏହି କ୍ରମରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ଲୋକଙ୍କର ଲମ୍ୱାଧାଡ଼ି ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତେଲ ଟ୍ୟାଙ୍କରଗୁଡି଼କ ଆସିପାରୁ ନଥିବାରୁ ଏପରି ଭାଳେଣି ଦେଖାଦେବା ସହିତ  ପେଟ୍ରୋଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏବେ ଲୋକେ ୧୦୦ ଟଙ୍କା ବଦଳରେ ଦୁଇଶହ ଟଙ୍କାପେ ପକାଉଛନ୍ତି ତେଲ। ଏହି ସମୟରେ ଫୁଏାଲ୍‌ ପମ୍ପ ବାଡ଼ ବି ପକାଇ ଲେଖିଛନ୍ତି ଷ୍ଟକ ଶେଷ। ରାଜ୍ୟରେ ଆସନ୍ତାକାଲି ସୁଦ୍ଧା ସରିଯାଇପାରେ ପେଟ୍ରୋଲ ଓ ଡିଜେଲ୍।  ଦିନକୁ ୬୦ ଲକ୍ଷ ଲିଟର  ଡିଜେଲ ଓ ୨୭ ଲକ୍ଷ ଲିଟର ପେଟ୍ରୋଲ ଆବଶ୍ୟକ ହେଉଛି। ପେଟ୍ରୋଲ ଡିଜେଲର ଯୋଗାଣ ସ୍ବାଭାବିକ ନହେଲେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ରହିଛି।

ସେପଟେ ଭୁବନେଶ୍ୱର ୧ ନମ୍ବର ହାଟର ଓ କଟକ ଛତ୍ରବଜାରେ ପନିପରିବା ଦର ବଢ଼ିଛି। ଟ୍ବିନ ସିଟିକୁ ଏହି ଦୁଇ ସ୍ଥାନରୁ ପରିବା ଯୋଗାଣ ହୋଇଥାଏ। ଉଭୟ ସ୍ଥାନରେ ଗ୍ରାହକ ଅଛନ୍ତି, ଦୋକାନ ଅଛି ବଜାର ମଧ୍ୟ ଖୋଲିଛି, ହେଲେ ଆବଶ୍ୟକୀୟ ପନିପରିବା ନାହିଁ। ବ୍ୟବସାୟୀଙ୍କ କହିବା କଥା ଗାଡ଼ି ମୋଟର ବନ୍ଦ ହୋଇଗଲା। ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଆଳୁ, ପିଆଜ, ରସୁଣ, କ୍ୟପସିକମ୍, ପୋଟଳ ଭଳି ପରିବା ଯାହା ଯେତିକି ଥିଲା ସରିବାକୁ ବସିଛି। ଯଦି ଆଉ ନୂଆ ପରିବା ଯୋଗାଣ ହେବ ତେବେ ଗଚ୍ଛିତ ଥିବା ସାମଗ୍ରୀର ଦାମ୍‌ ବଢ଼ିବା ନିଶ୍ଚିତ ।

ସେପଟେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଅପିଲ କରିଛି ଟ୍ୟାଙ୍କର ଓନର  ଆସୋସିଏସନ। ପେଟ୍ରୋଲ ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରୁଥିବା ଟ୍ୟାଙ୍କରକୁ ନ ଅଟକାଇବା ପାଇଁ ଅପିଲ କରିଛି। ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାର ପ୍ରତିଯୋଗିତା ଲାଗିଲେ ଏହାର ସଙ୍କଟ ଦେଖାଦେବ। ତେଣୁ ତୁରନ୍ତ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

   Related Posts