Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ରାସ୍ତାରେ ଶୋଇଲେ ଡ୍ରାଇଭର, ଛାଡ଼ିଲେନି ଗାଡ଼ି; ଜାତୀୟ ରାଜପଥ ଅବରୋଧ କରି ୫୦ ଗିରଫ

16/03/2023 at 6:04 PM

ସୋର ୧୬/୦୨: ଗୁରୁବାର ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହାର ପ୍ରଭାବ ଦ୍ୱିତୀୟ ଦିନ ବାଲେଶ୍ବର ଜିଲ୍ଲାର ସୋର ୧୬ ନମ୍ବର ଜାତୀୟ ରାଜପଥ ବରଫ କଳ ଛକରେ ଶତାଧିକ ଡ୍ରାଇଭର ରାଜପଥ ଅବରୋଧ କରିଥିଲେ। ଏହିକାରଣରୁ ସେଠାରେ ଶହ ଶହ ବସ୍‌ ଟ୍ରକ୍‌ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ସେପଟେ ଆନ୍ଦୋଳନ କାରଣରୁ ୫୦ରୁ ଅଧିକ ଡ୍ରାଇଭର ଗିରଫ ହୋଛନ୍ତି।

ଫଳରେ ପୋଲିସ ସେଠାରେ ପହଞ୍ଚି ଡ୍ରାଇଭରମାନଙ୍କୁ ଧାରଣାରୁ ଉଠାଇବାକୁ ଚେଷ୍ଠାକରିଥିଲେ। ଏହାସହ ଅଟକିଥିବା ଗାଡ଼ିଗୁଡ଼ିକୁ ଛାଡ଼ିବା ବେଳେ ଡ୍ରାଇଭର ଓ ପୋଲିସ୍ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ପୋଲିସ ୫୦ରୁ ଅଧିକ ଡ୍ରାଇଭରଙ୍କୁ ଅଟକ ରଖିଛି। ସମ୍ଭାବ୍ୟ ପରିସ୍ଥିତିକୁ ଲକ୍ଷରଖି ସୋର ଥାନାରେ ଖନ୍ତପଡ଼ା ଥାନାଧିକାରୀଙ୍କ ସହିକ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସେପଟେ ଏହି ଆନ୍ଦୋଳନକୁ ବିରୋଧ କରି କିଛି ସ୍ଥାନୀୟ ଲୋକ ବାଲେଶ୍ୱର ଏସପିଙ୍କ ଠାରେ ଅଭିଯୋଗ କରିଥିଲେ।  ପରେ ଆରକ୍ଷି ଅଧିକ୍ଷିକା ସୋର ଥାନାରେ ପହଞ୍ଚି  ପରିସ୍ଥିତି ଅନୁଧ୍ୟାନ କରି ଫେରିଯିବା ପରେ ୫୦ରୁ ଅଧିକ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି।

   Related Posts