ବିଦ୍ୟୁତ ତାର ଚୋରି ସନ୍ଦେହରେ ଗାଡି ସହ ଡ୍ରାଇଭର ଅଟକ, ପୋଲିସର ଛାନଭିନ୍
1/05/2023 at 2:35 PM

ସୁବର୍ଣ୍ଣପୁର ୦୧/୦୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକରେ ତାର ବୋଝେଇ ପିକଅପ୍ ଜବତ । ଟାଟାପାୱାର ଲେଖା ଥିବା ଗାଡିକୁ ଅଟକ ରଖିଛନ୍ତି ଅଞ୍ଚଳବାସୀ । ଏହାସହ ଡ୍ରାଇଭର ଓ ଗାଡ଼ିକୁ ଅଟକାଇଛନ୍ତି ଲୋକେ । ବଲାରଙ୍ଗା ଗ୍ରାମର ଆଖ ପାଖ ଅଞ୍ଚଳରେ ପୂର୍ବରୁ ବହୁ ଥର ଖୁଣ୍ଟ ଭାଙ୍ଗି ୧୧ କେଭି ବିଦ୍ୟୁତ୍ ତାର ଚୋରୀ ମଧ୍ୟ ହୋଇସାରିଥିବ ବିନିକା ଥାନାରେ ଅଭିଯୋଗ ହୋଇସାରିଛି ।
ତେଣୁ ଟାଟା ପାୱାର ଲେଖା ଥିବା ଏକ ବୋଲେରୋ ପିକଅପ୍ ଗାଡି ସେହି ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସି ଦେଖିବା ପରେ ଅଟକାଇଥିଲେ । ସେମାନଙ୍କ ପାଖରୁ କୌଣସି ଉତ୍ତର ଠିକ ଭାବରେ ମିଳିପାରୁନଥିବାରୁ ଚୋରି କରୁଥିବା ସନ୍ଦେହ କରିଥିଲେ । ଘଟଣା ସ୍ଥଳରେ ବର୍ତ୍ତମାନ ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ସାରି ତଦନ୍ତ କରୁଥିବାର ଜଣାପଡିଛି ।