ଭଦ୍ରକ ଚାନ୍ଦବାଲି ନିକଟରେ ୨୦ଫୁଟ ତଳକୁ ଖସିଲା ମାଲ ବୋଝେଇ ଟ୍ରକ୍ ; ଡ୍ରାଇଭର ଓ ହେଲପର ଆହତ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଲୋକ
16/11/2018 at 11:22 AM

ଭଦ୍ରକ ୧୬|୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଶଗଡ଼ିଆ ଠାରେ ବିଳମ୍ବିତ ରାତ୍ରିରେ ଏକ ମାଲବୋଝେଇ ଟ୍ରକ୍ ରାସ୍ତା ତଳକୁ ଖସି ପଡ଼ଛି। ଘନ କୁହୁଡ଼ି ଫଳରେ ଟ୍ରକ୍ ଟି ଖସି ପଡିଥିବା ସୂଚନା ମିଳିଛି । ରାସ୍ତାରୁ ୨୦ ଫୁଟ୍ ତଳେ ଏକ ନୟନଯୋରୀକୁ ଖସି ପଡ଼ଛି । ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ସାମାନ୍ୟ ଆହାତ ହୋଇଥିବା ବଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୦ ରୁ ଅଧିକ ପଥଚାରୀ। ଚାନ୍ଦବାଲି ଠାରେ କାଳୀପୂଜା ଅବସରରେ ଅପେରା ଚାଲିଥିବା ବେଳେ କାଳୀପଡ଼ିଆଠାରୁ ଅଳ୍ପଦୂରରେ ଦୁର୍ଘଟଣା ଘଟିଥିବାରୁ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟତ ରହିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକ୍ ଆଗରେ ୨୦ ରୁ ଅଧିକ ଲୋକ ଥିଲେ ଯିଏ କି ଏକ ସିରିଜ୍ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ।