ଘାଟିରେ ପରିବାବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର

Published By : Prameya-News7 Bureau | November 19, 2019 IST

ଆନନ୍ଦପୁର ୧୯।୧୧: ଆନନ୍ଦପୁର ନିକଟ ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟିଠାରେ ଏକ  ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡିବାରୁ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

{"id":186384,"sizeSlug":"large"}

ପିକ୍ଅପ୍ ଭ୍ୟାନଟି ମୟୁରଭଞ୍ଜ ଜିଲ୍ଲା କଂରଜିଆ ଅଞ୍ଚଳରୁ  ପରିବା ନେଇ ଯାଜପୁର ଜିଲ୍ଲା ବାରବାଟି  ପରିବା ହାଟକୁ  ବିକ୍ରି ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବରପାଉ ମହୁଲଡିହା ପୋଲିସ  ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.