ପୋଲ ଉପରୁ ୧୫ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଚାପି ହୋଇ ଡ୍ରାଇଭର ଓ ହେଲପର ମୃତ
5/03/2020 at 4:43 PM

ସୁବର୍ଣ୍ଣପୁର ୫।୩: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ଜନକପୁର-ଖଣ୍ଡହତା ରାସ୍ତାର ରେଂଗାଲି ନାଳରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଲି ଖାଲି କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ନାଳର ପୋଲ ଉପରୁ ପ୍ରାୟ ୧୫ଫୁଟ ତଳକୁ ଖସି ପଡିଥିଲା । ଫଳରେ ଡ୍ରାଇଭର ଓ ହେଲପରଙ୍କର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳକୁ ସୁବଳୟା ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗାଁ ଲୋକେ ପହଂଚି ଉଦ୍ଧାର କରିଥିଲେ । ମୃତକମାନେ ସମ୍ବଲପୁର ଜିଲ୍ଲା ରଂଗମାଟିଆ ଗାଁର ଡ୍ରାଇଭର ବଳରାମ ଖଡିଆ ଓ ହେଲପର ସୁବର୍ଣ୍ଣପୁର ଜିଲ୍ଲା କିରାଶିରା ଗାଁର ଲକ୍ଷ୍ମୀକାନ୍ତ ପ୍ରଧାନ ବୋଲି ଜଣାପଡିଛି । ସୁବଲୟା ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023