ଟ୍ରେଲର ପଛରେ ପିଟିଲା ହାଇଓ୍ବା, ଡ୍ରାଇଭର ଓ ହେଲପର ମୃତ

Published By : Prameya-News7 Bureau | September 21, 2019 IST

ବାଲିପାଟଣା ୨୧।୯: ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରେଲର ପଛରେ ହାଇଓ୍ବା ପିଟି ହେବା ଫଳରେ ଦୁର୍ଘଟଣା ଘଟିଛି ।

{"id":160454}

ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଥାନା ଅଧିନ ପାହାଳ ଫାଣ୍ଡି ଅନ୍ତର୍ଗତ ରୁଦ୍ରପୁର ନିକଟରେ ୧୬ନଂ ଜାତୀୟ ରାଜପଥରେ କଟକରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଏକ ୪୦୭ ମିନିଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ପଛରେ ଆସୁଥିବା ଅନ୍ୟ ଏକ ଟ୍ରେଲର ବ୍ରେକ୍ ଲଗାଇଥିଲା । କିନ୍ତୁ ଟ୍ରେଲର ପଛରେ ଆସୁଥିବା ଅନ୍ୟ ଏକ ହାଇଓ୍ବା ଟ୍ରେଲର ପଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହାଇଓ୍ବା ଡ୍ରାଇଭର ଏବଂ ହେଲପରଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ୩ ଘଣ୍ଟା ଧରି ଓଡ୍ରାଫ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ମାତ୍ର ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଲାଗି ରହିଥିଲା । ଦୀର୍ଘ ସମୟ କସରତ ପରେ କଟର ସାହାଯ୍ୟରେ ହାଇୱା ମଧ୍ୟରୁ ଡ୍ରାଇଭର ଏବଂ ହେଲପରଙ୍କ ମୃତଦେହ ବାହାର କରିଥିଲା ପୋଲିସ । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.