ସୁଇଚ୍ ମାରିଲେ ପାଣି ଚାଲିବ, କେବଳ ବିଦ୍ୟୁତ ଦେୟ ପାଇଁ କାର୍ଯ୍ୟକ୍ଷମ ହୋଇ ପାରୁନି ପାନୀୟ ଜଳ ପ୍ରକଳ୍ପ
6/02/2023 at 10:59 PM

ସାଲେପୁର: ବିଶୁଦ୍ଧ ପାନୀୟଜଳପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଲୋକମାନଙ୍କ ପାଖରେ ପହଁଚି ପାରୁନାହାନ୍ତି ବିଶୁଦ୍ଧ ପାନୀୟ ଜଳ। କଟକ ଜିଲ୍ଲା ସାଲେପୁର ବ୍ଳକ ତରିତୋ ପଂଚାୟତ ଗୁହାଳି ଠାରେ ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସୁଧା ଯୋଜନାରେ ବିଶୁଦ୍ଧପାନୀୟ ଜଳ ପ୍ରକଳ୍ପ ପାଖାପାଖି ଦେଢ଼ବର୍ଷ ହେବ ସମ୍ପୂର୍ଣ୍ଣ ହେବା ପରେ କାଯ୍ୟକ୍ଷମ ହୋଇପାରୁନାହିଁ। ଯାହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏପଟେ ନିର୍ମାଣ କରାଯାଇଥିଲା ପାଣି ଟାଙ୍କି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ସୁଇଜ ମାରିଲେ ପାଣି ଚାଲିବ। କୌଣସି ବୈଷୟିକ ତ୍ରୁଟି ନାହିଁ। କେବଳ ବିଦ୍ୟୁତ ଦେୟ ସରପଞ୍ଚ ପୈଠ କରିନାହାନ୍ତି ବୋଲି ବିଦ୍ୟୁତ ସଂଯୋଗ କାଟିଦିଆଯାଇଛି।ଏହାର ସମାଧାନ ପାଇଁ ବିଡିଓଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭାଗୀୟଅଧିକାରୀକହିଛନ୍ତି।

ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ଗୁହାଳି ଗ୍ରାମରେ। ଏଠାରେ ନିର୍ମାଣ ହୋଇଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ତା୦୪//୧୧//୨୨ରିଖରେ ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରାଙ୍କ କରକମଳରେ ଶୁଭଶିଳାନ୍ୟାସ ହୋଇଥିଲା। ୭୫ଲକ୍ଷଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଏହି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଦେଢ଼ବର୍ଷ ହେବ ନିର୍ମାଣ ମଧ୍ୟ ସରିଛି ହେଲେ ଲୋକେ ପାଇଁପାରୁନାହାନ୍ତି ବିଶୁଦ୍ଧ ପାନୀୟ ଜଳ। ଦେଢ଼ବର୍ଷହେବ ପାଣି ଟାଙ୍କି କାର୍ଯ୍ୟକ୍ଷମ ନ ହେବାରୁ ଟ୍ୟାପରେ କଳଙ୍କି ଧରିବା ସହିତ ପାଇପ ସବୁ ଅଚଳାବସ୍ଥା ହେଲାଣି ଟ୍ରାନ୍ସଫର୍ମରରେ ଲଟା ମାଡ଼ିଗଲାଣି। ଲୋକମାନେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗକୁ ଗ୍ରୀଷ୍ମପ୍ରବାହ ଆସୁଥିବାବେଳେ ଏବେଠାରୁ ପାନୀୟ ଜଳର ସମସ୍ୟା ଦେଖାଦେବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରାଜନୈତିକ ଗୋଷ୍ଠୀକନ୍ଦଳ ଯୋଗୁ ଉଦଘାଟନ ହୋଇପାରି ନଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଏହି ପଂଚାୟତର ପାଖାପାଖି ୨ହଜାର ପରିବାରର ଲୋକମାନେ ବଞ୍ଚିତ ଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ। ଏପଟେ ନିର୍ମାଣ କରାଯାଇଥିଲା ପାଣି ଟାଙ୍କି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି। ସୁଇଜ ମାରିଲେ ପାଣି ଚାଲିବ। କୌଣସି ବୈଷୟିକ ତ୍ରୁଟି ନାହିଁ। କେବଳ ବିଦ୍ୟୁତ ଦେୟ ସରପଞ୍ଚ ପୈଠ କରିନାହାନ୍ତି ବୋଲି ବିଦ୍ୟୁତ ସଂଯୋଗ କାଟିଦିଆଯାଇଛି। ଏହାର ସମାଧାନ ପାଇଁ ବିଡିଓଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ଏବେ ଦେଖିବାକୁ ବାକି ରହିଲା ବିଶୁଦ୍ଧ ପାନୀୟ ଜଳ ସମସ୍ୟାକୁ ନେଇ ଲୋକପ୍ରତିନିଧି ଓ ବିଭାଗୀୟ ଅଧିକାରୀ କେତେ ଗୁରୁତରସହ ସମାଧାନ କରୁଛନ୍ତି ଆଉ ଲୋକଙ୍କ ପାଖରେ ପହଂଚି ପାରୁଛି ବିଶୁଦ୍ଧ ପାନୀୟ ଜଳ।