ବାଲିଗୁଡା କେଡ୍ରାକଜୁ ଗାଁରେ ଜଳ ଯନ୍ତ୍ରଣା: ପ୍ରଶାସନକୁ ଗାଁ ଲୋକଙ୍କ ପ୍ରଶ୍ନ, ଆଉ କେତେଦିନ ଚୁଆ ପାଣି ପିଇବୁ?

Published By : Prameya-News7 Bureau | May 24, 2024 IST

ବାଲିଗୁଡା ୨୪/୫: ଗାଁକୁ ଆସୁନି ପାଣି । ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି । କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର କୋଟପାଡ ବ୍ଲକ ସାର୍ତୁଲ ଗ୍ରାମ ପଞ୍ଚାୟତ କେଡ୍ରାକଜୁ ଗାଁରେ ଉତ୍କଟ ଜଳ ସଂକଟ । ଗାଁରେ ଥିବା ନଳକୂଅ ଅଚଳ ହୋଇ ପଡିଛି । 

ବାଧ୍ୟ ହୋଇ ଗାଁ ଲୋକ ଚୁଆରୁ ପାଣି ସଂଗ୍ରହ କରି ପିଉଛନ୍ତି । ପାନୀୟ ଜଳର ସୁବିଧା ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ହେଲେ କିଛି ପଦକ୍ଷେପ ନିଆଯାଇନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି ଲୋକେ । 

You Can Read :

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଦ ଦୋକାନ ବନ୍ଦ, ଗଣତି ଦିନ ସାରା ରାଜ୍ୟରେ ବନ୍ଦ ରଖିବାକୁ ନିର୍ଦ୍ଦେଶ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.