ନିୟମିତ ପିଅନ୍ତୁ ପରିବା ଜୁସ୍‌; ସ୍ୱାସ୍ଥ୍ୟକୁ ମିଳିବ ଏହି ସବୁ ଚମତ୍କାର ଲାଭ

Published By : Prameya-News7 Bureau | June 15, 2022 IST

ଭୁବନେଶ୍ୱର ୧୫ /୦୫ : ଜୁସ୍‌ ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତ ଅନୁଯାୟୀ  ଜୁସ୍‌ ସବୁବେଳେ ସ୍ୱାସ୍ଥକର ହୋଇଥାଏ। ତ୍ୱଚାକୁରେ ସୁନ୍ଦରତା ଏବଂ ସ୍ଲିମ ରହିବା ପାଇଁ କିଛି ଯୁବତୀ ବା ମହିଳା ବିଭିନ୍ନ ଜୁସ୍ ପିଇଥାନ୍ତି। ଏପରିକି ଡାଏଟ୍‌ରେ ଫଳ ଜୁସ୍‌ ସାମିଲ୍‌ କରିଥାନ୍ତି । ଆପଣ ଚାହିଁଲେ ଫଳ ଜୁସ୍‌ ସହ ପରିବା ଜୁସ୍‌ ମଧ୍ୟ ସାମିଲ୍‌ କରିପାରିବେ । କିନ୍ତୁ ବଜାରରେ ଉପଲବ୍ଧ ଜୁସ୍‌ ଅପେକ୍ଷା ଘରେ ତିଆରି ଜୁସ୍‌ ବେଶୀ ଲାଭଦାୟକ ।


ବଜାରରେ ଉପଲବ୍ଧ ଜୁସ୍‌ରେ ଆର୍ଟିଫିସିଆଲ୍‌ ସୁଗାର ସହ ପ୍ରିଜରଭେଟିଭ୍‌ ରହିଥାଏ । ତେଣୁ ଏହା ଶରୀର ପାଇଁ କ୍ଷତିକାରକ । ଯଦି ଡାଏଟ୍‌ରେ ଠିକ୍‌ ଭାବେ ଓ ଉପଯୁକ୍ତ ଜୁସ୍‌ ସାମିଲ୍‌ କରନ୍ତି, ତେବେ ଆପଣ ସୁସ୍ଥ ଓ ସ୍ଲିମ୍‌ ରହିବା ସୁନିଶ୍ଚିତ ।
� ଇମ୍ୟୁନିଟି ବଢାଏ
� ଜଳାଭାବ ହେବାକୁ ଦିଏନି
� ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ
� ପୁରୁଣା ରୋଗକୁ ଦୂରାଏ
� ତ୍ୱଚାକୁ ସୁସ୍ଥ ରଖେ
� ଗ୍ୟାସ୍‌ ସମସ୍ୟାକୁ ଦୂର କରେ


~:ପିଅନ୍ତୁ ଏହି ଜୁସ୍‌:~


 ଧନିଆ ଓ ପୁଦିନା
ଏହା ଏସିଡିଟି ଦୂର କରିବା ସହ ପେଟ ଥଣ୍ଡା କରାଏ ।

ଟମାଟୋ, ଗାଜର ଓ ବିଟ୍‌:~
ଶୀତଦିନେ ଏହା ସବୁଠାରୁ ଭଲ ଜୁସ୍‌ । ଏହାବ୍ୟତୀତ ବିଭିନ୍ନ ସମସ୍ୟା ଦୂରାଏ । ବିଶେଷକରି ତ୍ୱଚା ସହ ଜଡିତ ବିଭିନ୍ନ ସମସ୍ୟା ।

ହଳଦୀ:~


ଇମ୍ୟୁନିଟି ବଢାଏ । ତଥାପି ଏହି ଜୁସ୍‌ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।


ଅଳାଁ:~
ଅଳାଁ ଜୁସ୍‌ ବହୁ ସମସ୍ୟାର ଉପଚାର କରିଥାଏ । ଏହା ଭିଟାମିନ୍‌ ସି’ର ପ୍ରମୁଖ ସ୍ରୋତ । ଯଦି ନିୟମିତ ଭାବେ କୌଣସି ଔଷଧ ଖାଉଥାନ୍ତି । ତେବେ ଏସବୁ ଜୁସ୍‌ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.