କେତେ ଉପକାରୀ ଗାଜର ଜୁସ୍‌ ? ଅନେକ ରୋଗରୁ ମିଳିପାରେ ଉପଶମ

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ ୧୨।୧୧: ଗାଜର ସାଧାରଣତଃ ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକର । କିନ୍ତୁ ଏହାଠାରୁ ବହୁତ ଲାଭଦାୟକ ଅଟେ ଗାଜର ଜୁସ୍ । ଖାସ୍ କରି ଶୀତଦିନେ ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଗାଜର ଜୁସରେ ଅଧିକ ପରିମାଣର ଭିଟାମିନ୍ ଏ ଥାଏ । ଏହା ଦୃଷ୍ଟି ଶକ୍ତି ବଢାଇବାରେ ବେଶ୍ ସହାୟକ ହୋଇଥାଏ । ଗାଜର ରସ ଆଖି ପାଇଁ ବହୁତ ଭଲ ।

{"id":868742,"sizeSlug":"large","linkDestination":"none"}

 ଗାଜର ରସରେ ଅଧିକ ପରିମାଣର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଏହି ଜୁସ୍ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହି ରସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି । ଗାଜର ଜୁସ୍ ପିଇବା ଦ୍ୱାରା ସୁଗର ଲେବଲ୍ ପରିଚାଳନା କରିବାରେ ସହାୟକ ହୋଇଥାଏ । ଗାଜର ଜୁସ୍‌ରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ । ଏହି ଜୁସ୍ ପିଇଲେ ସ୍କିନ୍କୁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ ।

{"id":868743,"sizeSlug":"full","linkDestination":"none"}

ଏହି ଜୁସ୍ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ଏହା ଲିଭର୍ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ ।  ଗାଜର ଜୁସ୍ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହାକୁ ପିଇବା ଦ୍ବାରା ରକ୍ତଚାପର ସ୍ତର ନିୟନ୍ତ୍ରଣରେ ରହିଥାଏ  ।

{"id":868744,"sizeSlug":"full","linkDestination":"none"}

ଏହା ହୃଦରୋଗକୁ ଦୂରେଇ ରଖିବାରେ ମଧ୍ଯ ବେଶ୍ ସହାୟକ ହୋଇଥାଏ ।  ଗାଜର ଜୁସ୍‌ରେ କର୍କଟ ବିରୋଧୀ ଗୁଣ ରହିଛି  । ଏକ ଅଧ୍ୟୟନ ଅନୁଯାୟୀ, ଏହି ରସ ପିଇବା ଦ୍ୱାରା କର୍କଟ ରୋଗରୁ ରକ୍ଷା ମିଳିଥାଏ ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.