ଦେବଦୂତ ସାଜିଲେ ଜବାନ

Published By : Prameya-News7 Bureau | August 19, 2018 IST

ମାଲକାନଗିରି ୧୯/୮ : ପୁଣି ଦେବଦୂତ ସାଜିଲେ ଜବାନ । ମାଲକାନଗିରି ଛତିଶଗଡ ସିମାନ୍ତ ସୁକମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ମାନବିକତାର ପରିଚୟ । ଖୁଣ୍ଟା ଥାନା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲକୁ ନକ୍ସଲ ଅପରେସନ ପାଇଁ ଯାଉଥିବା ଡି.ଆର.ଜି ଓ ଏସ.ଟି.ଏଫ ବାହିନିର ଜବାନ ମାନେ ବନ୍ୟାରେ ପିଡିତ ଲୋକଙ୍କୁ ଦେଖି ବଢାଇଲେ ସହାୟତାର ହାତ । ସ୍ତାନିୟ ଆଦିବାସି ଲୋକଙ୍କ ଦୁଖଃ ଓ ଦୁର୍ଦ୍ଦଶାକୁ ଦେଖିବା ପରେ ନକ୍ସଲ ଅପରେସନ ବନ୍ଦ କରି ଜବାନ ମାନେ ଆରମ୍ଭ କରିଥିଲେ ଲୋକଙ୍କ ଜିବନ ବଞ୍ଚାଅ ଅଭିଯାନ । ବନ୍ୟାରେ ପୀଡିତ କିଷ୍ଟାରାମ, କୁରତି ଓ ସଙ୍ଗେଲ ଗ୍ରାମର ପ୍ରାୟ ୩୦୦ ଲୋକଙ୍କୁ ଅଣ୍ଟାଏ ପାଣିରେ ନଈ ପାରି କରି ସେମାନଙ୍କୁ ଉଦ୍ଧାର କରିଛନ୍ତି ଆମର ଏହି ଯବାନ । ପୁଣି ସେମାନଙ୍କୁ ନିଜ କ୍ୟାମ୍ପରେ ଆଣି ଖାଇବା ପିଇବାକୁ ମଧ୍ୟ ଦେଇଛନ୍ତି ଡି.ଆର.ଜି ଓ ଏସ.ଟି.ଏଫ ବାହିନିର ଜବାନ ମାନେ । ସୁକୁମା ଗୋଲାପାଲ୍ଲି ଏନକାଉଣ୍ଟରରେ ୧୫ ଜଣ ନକ୍ସଲ ପ୍ରାଣ ହରାଇବା ପରେ ଉଗ୍ର ରୂପ ଧାରଣ କରିଛି ମାଓ ସଂଗଠନ । ମାଲକାନଗିରି ଓ ଛତିଶଗଡ ସିମାନ୍ତରେ ଲଗାତର ଲାଲ୍ ତାଣ୍ଡବ ଘଟାଇ ଚାଲିଛନ୍ତି ମାଓବାଦୀ । ଏହାକୁ ଦେଖି ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଥରେ କୁମ୍ବିଂ ଅପରେସନ ଜୋର ଦାର କରାଯାଇଥିବା ବେଳେ ଆଜି ସକାଳେ ସୁକୁମା ପୋଲିସ ଅପରେସନ ଲାଗି ଖୁଣ୍ଟା ଥାନା ଅନ୍ତର୍ଗତ କିଷ୍ଟାରାମ ଜଙ୍ଗଲକୁ ଯାଉଥିବା ବେଳେ ବନ୍ୟା ପୀଡିତ ଲୋକଙ୍କ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.