ବଦଳିବ ସ୍କୁଲ ଦିଦିଙ୍କ ଶାଢି
29/05/2018 at 11:10 AM

ବଦଳିବ ସ୍କୁଲ ଦିଦିଙ୍କ ଶାଢି । ଶାଢିର ରଙ୍ଗ ଗୋଲାପି ରହିବ । କିନ୍ତୁ ଧଡିରେ ବାନ୍ଧ କାମ ରହିବ । ଆସନ୍ତା ଶିକ୍ଷା ବର୍ଷରୁ ଦିଦିଙ୍କ ପାଇଁ ଏହି ନୂଆ ଡ୍ରେସ୍ କୋଡ୍ ଲାଗୁ ହେବ । ଆନ୍ତଃ ମନ୍ତ୍ରି ପରିଷଦ ବୈଠକରେ ପ୍ରସ୍ତାବ ଦେଇଛି ବୟନଶିଳ୍ପ ବିଭାଗ । ପର୍ଯ୍ୟାୟକ୍ରମେ କଲେଜ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ । ବୁଣାକାରଙ୍କୁ ପ୍ରୋତ୍ସାହନ ଦେବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ବୈଠକରେ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ବୟନଶିଳ୍ପ ମନ୍ତ୍ରୀ ଉପସ୍ଥିତ ଥିଲେ ।