ବାଜି ମାରିନେଲା ଡ୍ରିମ୍ ୧୧ : ୨୨୨ କୋଟିରେ ଆଇପିଏଲ ଟାଇଟଲ୍ ସ୍ପନସରସିପ୍ କିଣିଲା ଫାଣ୍ଟାସି ସ୍ପୋର୍ଟସ୍ ଷ୍ଟାର୍ଟ୍‌ଅପ୍

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ, ୧୮:୦୮: ଚୀନ୍ କମ୍ପାନୀ ଭିଭୋ ଆଇପିଏଲ ଟାଇଟଲ୍ ସ୍ପନସରରୁ ବାଦ୍ ପଡିବା ପରେ ବିସିସିଆଇକୁ ନୂଆ ସ୍ପନସର୍ ମିଳିଯାଇଛି । ଡ୍ରିମ୍ ୧୧ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଆଇପିଏଲ ଟାଇଟଲ୍ ସ୍ପନସର୍ ହେବ ।

wp:html /wp:html

ଏହି ରେସରେ ଟାଟା ଗ୍ରୁପ୍ ସହ ଅନେକ ବଡବଡ ନାଁ ସାମିଲ ଥିଲେ । କିନ୍ତୁ ଡ୍ରିମ୍ ୧୧ ୨୨୨ କୋଟିରେ ଏହି ଅଧିକାର ହାସଲ କରିଛି । ଆଇପିଏଲର ମୁଖ୍ୟ ପ୍ରାୟୋଜକ ରେସରେ ଅନଆକାଡେମୀ, ଟାଟା ଓ ବାୟଜୁ ଥିଲେ । ଅନଆକାଡେମୀ ୨୧୦ କୋଟି, ଟାଟା ୧୮୦ କୋଟି ଓ ବାୟଜୁ ୧୨୫ କୋଟିରେ ନିଲାମ ଡାକିଥିଲେ ।

ଖବର ଅନୁସାରେ, ଡ୍ରିମ୍ ୧୧ ଆଇପିଏଲ ୨୦୨୦ର ମୁଖ୍ୟ ପ୍ରାୟୋଜକ ଅଧିକାର ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.