ଭାଲୁ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ, ୩ ଜଣ ଗୁରୁତର

Published By : Prameya-News7 Bureau | December 07, 2020 IST

ମାଲକାନଗିରି ୭।୧୨: ବଣୁଆ ଭାଲୁ ଆକ୍ରମଣରେ ଚାଲିଗଲା ୪ ଜଣଙ୍କ ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଛତିଶଗଡ କୋରିଆ ଜିଲ୍ଲା ଅଙ୍ଗଓ୍ବାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଛତିଶଗଡ କୋରିଆ ଜିଲ୍ଲା ଅଙ୍ଗଓ୍ବାହି ଗାଁରେ ଭାଲୁ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ହୋଇଛନ୍ତି । ଛତିଶଗଡ ସରକାର ମୃତ ବ୍ୟକ୍ତିଙ୍କ ପରିବାରକୁ ୬ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା ସୂଚନା ମିଳିଛି ।

ଆକ୍ରମଣ କରିଥିବା ଭାଲୁ ଛୁଆ ଜନ୍ମ କରିଥିବାରୁ ଭାଲୁକୁ ଘଉଡାଇବା ପାଇଁ ଜିଲ୍ଲା ବନ ବିଭାଗର ଟ୍ରାଙ୍କୁଲାଇଜିଂ ଟିମ୍ ଦ୍ଵାରା ଅପରେସନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.