LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡିଆରଡିଓର ‘ଅର୍ଜୁନ’ରୁ ନିକ୍ଷେପ ହେଲା ଲେଜର ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ମିଜାଇଲ, କେଇ ମୁହୂର୍ତ୍ତରେ ଶତ୍ରୁ ଧ୍ଵସ୍ତ

23/09/2020 at 3:42 PM

ନୂଆଦିଲ୍ଲୀ ୨୩।୦୯: ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ପ୍ରତିଦିନ କିଛି ନା କିଛି ନୂତନ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରୁଛି। ପ୍ରତିରକ୍ଷା ଗବେଷଣା ବିକଶିତ ସଂଗଠନ(ଡିଆରଡିଓ) ମଙ୍ଗଳବାର ଆଉ ଦୁଇଟି ଖାସ୍ ପରୀକ୍ଷଣ କରିଛି। ପ୍ରଥମେ ଅଭୟର ସଫଳ ପରୀକ୍ଷଣ ପରେ ପୁଣି ଥରେ ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡେଡ୍  ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲର ପରୀକ୍ଷଣ କରାଯାଇଛି। ମିଜାଇଲ ୩ କିଲୋମିଟର ଦୂରରେ ସ୍ଥିତ ନିଶାଣକୁ ସଠିକ୍ ଭାବେ ଲକ୍ଷ୍ୟଭେଦ କରି ନିମିଷକେ ମଧ୍ୟରେ ଧ୍ଵସ୍ତ କରିଛି। ଏଜିଟିଏମର ପରୀକ୍ଷଣ ଅହମଦନଗରର ଆର୍ମର୍ଡ କପର୍ସ ସେଣ୍ଟର ଆଣ୍ଡ ସ୍କୁଲର କେକେ ରେଞ୍ଜରେ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଏହି ଉପଲବ୍ଧି ନେଇ ଡିଆରଡିଓର ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ମିଜାଇଲ ଡିଆରଡିଓର ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ(ଏଆରଡିଇ)ର କ୍ୟାନନ ଲଣ୍ଡ ମିଜାଇଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଆଧାରରେ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହାକୁ ଅର୍ଜୁନ ଟ୍ୟାଙ୍କରୁ ପ୍ରକ୍ଷେପଣ କରାଯାଇଛି। ଏହି ସଫଳତାରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତକୁ ଡିଆରଡିଓ ଉପରେ ବହୁତ ଗର୍ବିତ। ଏହି ସଂସ୍ଥା ଭବିଷ୍ୟତରେ ଆମଦାନୀ ନିର୍ଭରତା କମ କରିବା ପାଇଁ କାମ କରୁଛି।

ଭାରତ ପାଖରେ ନାଗ ପରି ଗାଇଡେଡ୍ ମିଜାଇଲ ପୂର୍ବରୁ ରହିଛି। ସଂପ୍ରତି ଏହାକୁ ନାମିକା ମିଜାଇଲ କ୍ୟାରିୟରରୁ ନିକ୍ଷେପ କରାଯାଉଛି। ନାଗ ମିଜାଇଲ ବଡ ବଡ ଟ୍ୟାଙ୍କକୁ ମଧ୍ୟ କୌଣସି ବି ପାଣିପାଗରେ ନିଶାଣ କରିବାରେ ସକ୍ଷମ। ଏଥିରେ ଇନଫ୍ରାରେଡ୍ ମଧ୍ୟ ରହିଛି ଯାହା ଲଞ୍ଚ ପୂର୍ବରୁ ନିଜ ଲକ୍ଷ୍ୟକୁ ଲକ୍‌ କରିଥାଏ। ଏହି ମିଜାଇଲ ଅଚାନକ ଉପରକୁ ଉଠିଥାଏ ଏବଂ ପୁଣି ଦ୍ରୁତ ଗତିରେ ଦିଗ ପରିବର୍ତ୍ତନ କରି ନିଜ ନିଶାଣକୁ ଲକ୍ଷ୍ୟଭେଦ କରିଥାଏ।

ଡିଆରଡିଓ ପକ୍ଷରୁ ମଙ୍ଗଳବାର ହିଁ ଅଭ୍ୟାସ ହାଇସ୍ପିଡ ଏକ୍ସପେଣ୍ଡେବଲ ଏରିୟଲ ଟାର୍ଗେଟ୍(ହିଟ୍)ର ଭଦ୍ରକର ଅବଦୁଲ କଲାମ ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଥିଲା। ଏହା ପୂର୍ବରୁ ୨୦୧୯ ମେରେ ମଧ୍ୟ ଏହାର ସଫଳ ପରୀକ୍ଷଣ ହୋଇଥିଲା।

   Related Posts