ନୂତନ ପିଢି ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆରଡିଓ, ବଢିବ ସେନାର ଶକ୍ତି

Published By : Prameya-News7 Bureau | July 21, 2021 IST

ବାଲେଶ୍ଵର ୨୧।୦୭: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ବୁଧବାର ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ କମ ଓଜନର ନୂତନ ପିଢିର ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶରେ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ମ୍ୟାନ ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରକୁ ଥର୍ମାଲ ସାଇଟ୍ ସହିତ ଏକ ମ୍ୟାନ ପୋର୍ଟେବଲ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା।

ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ଵିତ ପରୀକ୍ଷଣ ଘାଟିର ଲଞ୍ଚ ପ୍ୟାଡ୍‌ରୁ ବୁଧବାର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ନିଜର ଟାର୍ଗେଟ୍ ଧ୍ଵସ୍ତ କରିଛି।  ଡିଆରଡିଓ କହିଛି ଯେ, ମିଶନ ପରୀକ୍ଷଣର ଉଦ୍ଦେଶ୍ୟ ପୂରଣ ହୋଇଛି।

କ୍ଷେପଣାସ୍ତ୍ରର ପୂର୍ବରୁ ଦୀର୍ଘଗାମୀ ପରୀକ୍ଷଣ କରଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରୟୋଗଶାଳା(ଡିଆରଡିଏଲ), ହାଇଦ୍ରାବାଦ ଦ୍ଵାରା ଅନ୍ୟ ଡିଆରଡିଓର ସହଯୋଗରେ ନୂତନ ପିଢିର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରାଯାଇଛି। ଏହି ପରୀକ୍ଷଣ ସମୟରେ ଭାରତୀୟ ବାୟୁସେନାର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.