ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

Howitzer ATAGSକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ତୋପ କହିଲେ DRDO

19/12/2020 at 9:32 PM

ବାଲେଶ୍ୱର ୧୯।୧୨: ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଡଭାନ୍ସଡ ଟୋୱଡ ଆର୍ଟିଲେରୀ ଗନ ସିଷ୍ଟମ( ଏଟିଏଜିଏସ୍) ହୋୱିଟଜରର ଶନିବାର ପରୀକ୍ଷଣ ସଫଳ ହୋଇଛି। ଓଡିଶା ଉପକୂଳ ବାଲେଶ୍ୱର ଫାଏରିଂ ରେଞ୍ଜରେ ଏହାର ପରୀକ୍ଷଣ ହୋଇଥିବା ବେଳେ ୪୮ କିଲୋମିଟର ଦୂରରେ ଲକ୍ଷ ଅନୁସନ୍ଧାନ କରିପାରୁଛି। ଏହାକୁ ବିକଶିତ କରିଥିବା ରକ୍ଷା ଅନୁସନ୍ଧାନ ଓ ଗବେଷଣା ସଙ୍ଗଠନ (ଡିଆରଡିଓ) ବିଶ୍ୱର ଏହା ସବୁଠାରୁ ଶକ୍ତିଶାଳୀ ଆର୍ଟିଲେରୀ ଗନ ସିଷ୍ଟମ ବୋଲି କହିଛି।

ଏହା ବୋଫୋର୍ସ ଓ ଇସ୍ରାଏଲର ଏଟିଏଚଓଏସ୍‌ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ବୋଲି ଡିଆରଡିଓ ସାଇଣ୍ଟିଫିକ୍‌ ଓ ପ୍ରୋଜେକ୍ଟ ଡାଇରେକ୍ଟର ଶୈଲେନ୍ଦ୍ର ବି ଗଢେ କହିଛନ୍ତି। ବାଲେଶ୍ୱର ଫାଏରିଂ ରେଞ୍ଜ ପୂର୍ବରୁ ତୋପକୁ ଚୀନ୍‌ ସୀମାର ସିକ୍କିମ ଓ ପାକିସ୍ତାନ ସୀମାର ପୋଖରନରେ ମଧ୍ୟ ପରୀକ୍ଷଣ କରିସାରିଛୁ ବୋଲି ସେ କହିଛନ୍ତି। ସେଠାରେ ପରୀକ୍ଷଣ ବେଳେ ତୋପରୁ ୨ ହଜାରରୁ ବି ଅଧିକ ଗୋଳା ଫାୟାର କରାଯାଇଥିବା ବେଳେ ସମସ୍ତ ଗୋଳା ନିର୍ଦ୍ଧାରିତ ଲକ୍ଷଭେଦ କରିଥିଲେ।

ଏଟିଏଜିଏସ୍‌କୁ ଡିଆରଡିଓ ବିକଶିତ କରିଛନ୍ତି ତେବେ ଏହାକୁ ଦୁଇଟି ଘରୋଇ ସଂସ୍ଥା ଭାରତ ଫୋର୍ଜ ଓ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ନିର୍ମାଣ କରିଛନ୍ତି। ଭାରତୀୟ ସେନା ଏବେ ସମୟରେ ୧ହଜାର ୫୮୦ଟି ଟୋଡ ତୋପ ବ୍ୟତୀତ ୧୫୦ଟି ଏଟିଏଜିଏସ୍ ଓ ଧନୁଷ ଲାଗି ୧୧୪ଟି ତୋପର ଆବଶ୍ୟକ କରୁଛି।  ତେବେ ହୋୱିଟଜରର ଦକ୍ଷତାରୁ ଏହା ସମସ୍ତ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ବୋଲି ଗଢେ କହିଛନ୍ତି।

ଏହି ତୋପର ଫାୟରିଂ ରେଞ୍ଜ ୪୮ କିଲୋମିଟର। ଏତେ ଦୂରରେ ଲକ୍ଷ ଅନୁସନ୍ଧାନ ଲାଗି ଏପର୍ଯ୍ୟନ୍ତ ବିଶ୍ୱରେ ଏପରି କୌଣସି ତୋପ ନାହିଁ। ଏଣୁ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେ ଏହି ତୋପ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରହିବ। ଅଧିକ ରେଞ୍ଜ ଯୋଗୁ ଶତ୍ରୁ ଆମ ପାଖକୁ ଆସିପାରିବେ ନାହିଁ। କିନ୍ତୁ ଆମେ ୪୮ କିଲୋମିଟର ଦୂରରୁ ରହି ଶତ୍ରୁକୁ ଟାର୍ଗେଟ କରିପାରିବା ବୋଲି କହିଛନ୍ତି ଗଢେ। ଶତୃଙ୍କ କମାଣ ରେଞ୍ଜରୁ ଆମେ ଅଧିକ ୮ କିଲୋମିଟର ଦୂରରେ ରହୁଛେ। ଏଣୁ ସମସ୍ତଙ୍କ ଟାର୍ଗେରୁ ଗନ ସିଷ୍ଟମ ଲୁଚିକି ରହିବ।

ଚୀନ୍‌ ଓ ପାକିସ୍ତାନ ଭଳି ଦେଶଙ୍କ ନିକଟରେ ଏଭଳି ଅତ୍ୟାଧୁନିକ ଏଟିଏଜିଏସ୍ ନାହିଁ। ବିଶ୍ୱର କୌଣସି ଦେଶ ଏପର୍ଯ୍ୟନ୍ତ ଏପରି ବୈଷୟିକ ଜ୍ଞାନକୌଶଳରେ ଆକ୍ରମଣ ଲାଗି ତୋପ ନିର୍ମାଣ କରିନାହାନ୍ତି। ବୋଫର୍ସ ଓ ବିଶ୍ୱର ଅନ୍ୟ ଦେଶଙ୍କ ତୋପର ତୁଳନା କଲେ ହୋୱିଟଜର ସର୍ବାଧୁନିକ। ଏହା ୧ ମିନିଟିରେ ୫ ରାଉଣ୍ଡ ଫାୟାର କରିପାରେ। ଅନ୍ୟ ତୋପମାନେ ଏତିକି ସମୟରେ ବେଶି ହେଲେ ୩ ରାଉଣ୍ଡ ଫାୟର କରିପାରନ୍ତି। ବୋଫର୍ସ ତୋପ ୩୨ କିଲୋମିଟର ରେଞ୍ଜରେ ଫାୟାର କରିପାରେ। ଏହା ଛଡା ହୋୱିଟଜରକୁ ତୁରନ୍ତ ଯେ କୌଣସି ସ୍ଥାନକୁ ପହଞ୍ଚାଯାଇପାରେଓ ଏହାର ରକ୍ଷଣାବେକ୍ଷଣ ନାହିଁ।  

ଇସ୍ରାଏଲର ଏଟିଏଚ୍ଓଏସ୍ ଓ ଫ୍ରାନ୍ସର ନେକ୍ସଟର ସହ ଏଟିଏଜିଏସ୍‌ର ଗୁଣାତ୍ମକ ତୁଳନା କରାଯାଇ ନପାରେ। କାରଣ ୨୦୨୭ରୁ ୨୦୩୦ ମସିହାକୁ ନଜରରେ ରଖି ଏଟିଏଜିଏସ୍‌କୁ ନିର୍ମାଣ କରାଯାଇଛି। ଏଣୁ ଏହା ଆଗରେ ନେକ୍ସଟର କି ଏଟିଏଚଓଏସ୍‌ କିଛିବି ନୁହନ୍ତି। ଏଣୁ ଭାରତ ସରକାରଙ୍କୁ ପ୍ରତିରକ୍ଷା ଲାଗି ଆଉ ବିଦେଶ ନିର୍ଭର ହେବାକୁ ପଡିବ ନାହିଁ। ସେନାର ସମସ୍ତ ଆବଶ୍ୟକତା ହୋୱିଟଜର ହିଁ ପୂରଣ କରିପାରିବ ବୋଲି ଗଢେ କହିଛନ୍ତି। ଏଥିରୁ ଭାରତ ଏବେ ବିଶ୍ୱସ୍ତରୀୟ ଆର୍ଟିଲେରୀ ସିଷ୍ଟମ ନିର୍ମାଣ ଲାଗି ଦକ୍ଷତା ହାସଲ କରିସାରିଥିବାର ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି।

   Related Posts