DRDO ପ୍ରସ୍ତୁତ କଲା ଖାସ୍ ମେସିନ୍, ୧୦ ମିନିଟ୍‌ରେ ଘରକୁ କରି ଦେବ ଭାଇରସ୍ ମୁକ୍ତ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ଦେଶରେ କରୋନା ସଂକ୍ରମିତ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି। ଅଦ୍ୟାବଧି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୪୨,୮୩୬ରେ ପହଞ୍ଚିଛି। ଏହା ସହିତ ଦେଶରେ ମହାମାରୀ କରୋନାରେ ୧୩୮୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶ ଓ ଦୁନିଆରେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଜ୍ଞାନିକସ୍ତରରେ ଭ୍ୟାକ୍ସିନ, ଔଷଧ ଓ ଅନ୍ୟ ଜରୁରୀ ଉପକରଣ ପ୍ରସ୍ତୁତିରେ କାମ  ଜାରି ରହିଛି। ଏହା ମଧ୍ୟରେ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକଶିତ ସଂଗଠନ(DRDO) ଏକ ଖାସ୍ ଉପକରଣ ପ୍ରସ୍ତୁର କରିଛି। ଡିଆରଡିଓ ଅନୁସାରେ ସଂସ୍ଥା ୟୁଭି ବ୍ଲାଷ୍ଟର ନାମକ ୟୁଭି ଡିସଇନଫେକ୍ସନ ଟାଓ୍ଵାର(UV blaster tower) ମେସିନ ତିଆରି କରିବାରେ ସଫଳତା ହାସଲ କରିଛି। ଏହି ମେସିନ ୧୨ ଗୁଣା ୧୨ କୋଠରୀକୁ  ୧୦ ମିନିଟ୍‌ରେ ଭାଇରସ୍‌ମୁକ୍ତ କରିବାରେ ସକ୍ଷମ।

ଡିଆରଡିଓ ଅନୁସାରେ ଏହି ହୁଭି ବ୍ଲାଷ୍ଟରରେ କରୋନା ଭାଇରସ୍‌ ଅତି ସମ୍ବେଦନଶୀଳ କ୍ଷେତ୍ରକୁ ଅତି କମ ସମମୟରେ ଭାଇରସ୍‌ ମୁକ୍ତ କରାଯାଇ ପାରିବ। ଏହା ଦିଲ୍ଲୀ ସ୍ଥିତ ଡିଆରଡିଓର ପ୍ରୟୋଗଶାଳା ଲେଜର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ଗୁରୁଗ୍ରାମର କମ୍ପାନୀ ନ୍ୟୁ ଏଜ ଇନଷ୍ଟ୍ରୁମେଣ୍ଟ ଆଣ୍ଡ ମ୍ୟାଟେରିୟାଲ ପ୍ରା.ଲି. ସହିତ ମିଶି ଏହି ମେସିନ୍ ନିର୍ମାଣ କରିଛନ୍ତି।

ଡିଆରଡିଓ ଅନୁସାରେ ୟୁଭି ବ୍ଲାଷ୍ଟର ଜରିଆରେ କମ୍ପ୍ୟୁଟର ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉତ୍ପାଦକୁ କୀଟାଣୁ ମୁକ୍ତ ଲରାଯାଇ ପାରିବ। ଏହି ମେସିନକୁ ବିମାନ ବନ୍ଦର, ସପିଂ ମଲ, ମେଟ୍ରୋ, ଫ୍ୟାକ୍ଟ୍ରି ଓ ଅଫିସ୍‌ରେ ବ୍ୟବହାର କରାଯାଇ ପାରିବ। ଏହାକୁ ଓ୍ଵାଇଫାଇ ଜରିଆରେ ମଧ୍ୟ ଦୂରରୁ ଚଳାଯାଇ ପାରିବ। ୧୨ ଗୁଣର ୧୨ କୋଠରୀକୁ ଏହା ୧୦ ମିନିଟ୍‌ରେ ଭାଇରସ୍‌ ମୁକ୍ତ କରି ପାରିବ। ଏହି ପରି ୪୦୦ ବର୍ଗ ଫୁଟ୍ କ୍ଷେତ୍ରକୁ ଏହା ୩୦ ମିନିଟ୍‌ରେ ଭାଇରସ୍‌ ମୁକ୍ତ କରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.