ଦୁର୍ଘଟଣାଗ୍ରସ୍ତ ହେଲା DRDOର ଡ୍ରୋନ୍‌, ପରୀକ୍ଷଣବେଳେ ଆକାଶରୁ ଖସିପଡ଼ିଲା

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ, ୨୦/୦୮: ଦୁର୍ଘଟଣାଗ୍ରସ୍ତ ହେଲା DRDO ଡ୍ରୋନ୍‌ । କର୍ଣ୍ଣାଟକର ଚିତ୍ରଦୁର୍ଗରେ ଡିଆରଡିଓରେ ଏକ ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ବିମାନ ଶନିବାର ଏକ ଗ୍ରାମ ନିକଟରେ ଚାଷ ଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଏହା ଏକ ମାନବବିହୀନ ବାହନ (UAV) । ଏଥିରେ କୌଣସି ପାଇଲଟ କିମ୍ବା ବ୍ୟକ୍ତି ନଥିଲେ।

ରିପୋର୍ଟ ଅନୁଯାୟୀ, ୟୁଏଭି ବିମାନ TAPAS 07 A-14, ହୀରିୟୁର ତାଲୁକାର ବଡ୍ଡିକେରେ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ଆସିନାହିଁ। ତେବେ, ଏହି ଡ୍ରୋନ୍ ଟେଷ୍ଟିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏହି ଘଟଣା ପରେ ଡିଆରଡିଓ ତରଫରୁ କୌଣସି ସୂଚନା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ନୌସେନା-ଡିଆରଡିଓକୁ ବଡ଼ ସଫଳତା, TAPAS UAVର ହେଲା ସଫଳ ଉଡ଼ାଣ

ସୋସିଆଲ ମିଡିଆରେ ଡ୍ରୋନ୍‌ ଦୁର୍ଘଟଣାର କିଛି ମଧ୍ୟ ଭିଡିଓ ସାମ୍ନାକୁ ଆସିଛି।ଯେଉଁଥିରେ ଦେଖାଯାଇଛି ଯେ, ଦୁର୍ଘଟଣା ପରେ TAPAS ଡ୍ରୋନର ଭଗ୍ନାବଶେଷ ଚାରିଆଡ଼େ ପଡ଼ିଛି। ଡ୍ରୋନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାକୁ ଦେଖିବା ପାଇଁ ଗାଁ ଲୋକେ ସେଠାରେ ଏକାଠି ହୋଇଥିଲେ । ସ୍ଥାନୀୟ ଲୋକେ ହିଁ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଲୋକଙ୍କ କହିବା ଅନୁଯାୟୀ, ଡ୍ରୋନ୍‌ ଦୁର୍ଘଟଣା ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.